ଅପରାଧ

ଡାକ୍ତରଙ୍କୁ ଅପହରଣ : ୪ ଗିରଫ – bajravana

[ad_1]

ଭୁବନେଶ୍ୱର, ୧୩/୦୯ : ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ କରାଯାଇଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ । ତମାଣ୍ଡୋ ଥାନା ଅନ୍ତର୍ଗତ ନରଗଡ଼ାର ନିଶିକାନ୍ତ ପାତ୍ର ଓରଫ ବାପି (୩୩), ତାଙ୍କ ପତ୍ନୀ ଇରାନୀ ପାତ୍ର (୨୭), ସିଜୁପୁଟ ଗାଁର ମନୋରଞ୍ଜନ ପ୍ରଧାନ ଓରଫ ଗଣେଣ (୩୦) ଓ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା (୩୬)। ଏହି ଅଭିଯୁକ୍ତମାନଙ୍କଠାରୁ ନଗଦ ୩୦ ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ୍ ଓ ୯ ଲକ୍ଷ ଟଙ୍କାର ଏକ ଚେକ୍‌ ଜବତ କରାଯାଇଛି।

ଡାକ୍ତର ଇରାନୀଙ୍କ ଘରେ ପହଞ୍ଚିଥିଲେ । ସେ ଇରାନୀଙ୍କ ଘରେ ପ୍ରବେଶ କରିବା ମାତ୍ରେ ନିଶିକାନ୍ତ ପାତ୍ର ଓ ଅନ୍ୟ ଦୁଇ ଅଭିଯୁକ୍ତ ସଙ୍ଗେ ସଙ୍ଗେ କବାଟ ବନ୍ଦ କରି ଦେଇଥିଲେ ଏବଂ ତାଙ୍କୁ ନେଇ ଗୋଟିଏ ରୁମ୍‌ରେ ବନ୍ଦୀ କରି ଦେଇଥିଲେ। ସେମାନେ ଛୁରୀ ଦେଖାଇ ଡାକ୍ତରଙ୍କୁ ୨୫ ଲକ୍ଷ ଟଙ୍କା ମାଗିବା ସହିତ ତାଙ୍କୁ ପିଟାମରା କରିଥିଲେ । ସେମାନେ ଡାକ୍ତରଙ୍କ ଠାରୁ ତାଙ୍କ କାର୍ ଚାବି, ସୁନାର ବ୍ରେସଲେଟ ଓ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ।

ସେମାନେ ଡାକ୍ତରଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଟଙ୍କା ନଦେବେ, ତା’ହେଲେ ଇରାନୀ ତାଙ୍କ ନାଁରେ ଥାନାରେ ମିଛ କେସ୍ ଦେବେ। ଏହାପରେ ଡାକ୍ତର ଜଣଙ୍କ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ ଓ ତାଙ୍କ ଫୋନ୍ ପେ’ର ପାସ୍‌ ୱାର୍ଡ କହି ଦେଇଥିଲେ । ଏହା ପରେ ଇରାନୀ ପାତ୍ର ଓ ନିଶିକାନ୍ତ ପାତ୍ର ଡାକ୍ତରଙ୍କୁ ଧରି ଇନଫୋସିଟି ଥାନା ଅନ୍ତର୍ଗତ ତାଙ୍କ ଘରକୁ ଆସିଥିଲେ। ସେଠାରୁ ସେମାନେ ୯ ଲକ୍ଷ ଟଙ୍କାର ଏକ ଚେକ୍ ନେଇଥିଲେ। ତା’ପରେ ସେମାନେ ଡାକ୍ତରଙ୍କୁ ତାଙ୍କ କାର୍ ଚାବି, ସୁନାର ବ୍ରେସ୍‌ଲେଟ୍ ଓ ମୋବାଇଲ ଫୋନ୍ ଫେରାଇ ଦେଇଥିଲେ ଏବଂ ଘଟଣା ସଂପର୍କରେ ପୁଲିସ୍ କିମ୍ବା ଅନ୍ୟ କାହାକୁ ନ କହିବାକୁ ଧମକ ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button