ଓଡିଶା

ବର୍ଷା ପାଣିରେ ଜୟପୁର ଉବୁଟୁବୁ – bajravana

[ad_1]

ଜୟପୁର: ଆଜି ମଧ୍ୟାହ୍ନ ୨ଟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ସାଢ଼େ ୪ଟାରୁ ଜୟପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଜୟପୁର ପୌରପାଳିକା ସହ ବ୍ଲକ ଅଂଚଳରେ ବି ପ୍ରବଳ ବର୍ଷା ହୋଇଥିଲା। ସହରର ମୁଖ୍ୟରାସ୍ତା ସହ ସବୁ ସାହି ଓଗଳିରେ ପାଣିର ଲହଡ଼ି ଖେଳୁଥିବା ଦେଖିବାକୁ ମିଳିଥିଲା। ପ୍ରବଳ ବ‌ର୍ଷା ହେବା ଫଳରେ ନାଳର ପାଣି ସବୁ ରାସ୍ତାରେ ଚାଳିଥିଲା। ସଂଧ୍ୟାରେ ପ୍ରବଳ ବର୍ଷା ହେବା ଫଳରେ ଲୋକଙ୍କର ଯିବା ଆସିବା ବନ୍ଦ ହୋଇଯାଇଥିଲା। ଅଚାନକ ବର୍ଷା ଫଳରେ ଉଠା ଦୋକାନୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିଛି ପନିପରିବା ଦୋକାନୀମାନେ କିଛି ଭାବିବା ପୂର୍ବରୁ ବର୍ଷା ହେବା ଫଳରେ ପନିପରିବା ନଷ୍ଟ ହୋଇଥିଲା।

ସଂପ୍ରତି ପୌରପାଳିକା ପକ୍ଷରୁ ନାଳ ଗୁଡିକ ଉପରେ ଘୋଡ଼ଣୀ ପକାଇବା ଫଳରେ ରାସ୍ତା ଉପର ପାଣି ନାଳକୁ ପଶି ପାରୁନି। ସେଭଳି ବର୍ଷା ଲାଗି ରହିଥିବା ବେଳେ କିଛି ସାହିରେ ନୂଆରେ ନାଳ ନିର୍ମାଣ କରାଯାଇଥିବାରୁ ସେ ସବୁବି ପ୍ରବଳ ବର୍ଷାରେ ଧୋଇ ହୋଇଥିବା ଦେଖିବାକୁ ମିଳିଛି। ନୂଆସାହି ପାର୍କଲାଇନ୍ ପ୍ରଥମ ଲାଇନରେ ନାଳ ଧୋଇ ହୋଇ ଯାଇଥିଲା। ଅତ୍ୟାଧିକ ବର୍ଷା ପରେ ରାସ୍ତାରେ ପାଣି ଜମା ହୋଇ ରହୁଥିବାରୁ ଏହା କିଭଳି ତୁରନ୍ତ ନିଷ୍କାସନ ହୋଇ ପାରିବ ସେ ଦିଗରେ ପୌରପାଳିକା ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ।

ସେଭଳି ପାରାବେଡ଼ା ଛକରୁ ମୁଖ୍ୟ ଟ୍ରାଫିକ ଛକ ପର୍ଯ୍ୟନ୍ତ ନାଳ ନଥିବାରୁ ରାସ୍ତାରେ ପାଣି ଚାଳୁଥିବା ଦେଖିବାକୁ ମିଳିଥିଲା। ରାସ୍ତାର ପାଣି ସରକାରୀ ବସଷ୍ଟାଣ୍ଡ ମଧ୍ୟରେ ଜମା ହୋଇ ରହିଥିବା ବି ଦେଖିବାକୁ ମିଳିଛି। ସେଭଳି ପ୍ରବଳ ପାଣି ପାରାବେଡ଼ା ସତ୍ୟଅଧିକାରୀ ଛକରେ ଜମା ହୋଇ ରହିଥିବା ବେଳେ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପଡ଼ିଆରୁ ଦଶହରାପଡ଼ିଆକୁ ଏବଂ ଏହି ପାଣି ସତ୍ୟଅଧିକାରୀ ଛକକୁ ନିଷ୍କାସନ ହେଉଥିବାରୁ ଏ ଦିଗରେ ବି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏଭଳି ନିୟମିତ ହେଲେ ଉଭୟ ପଡିଆର ଅବସ୍ଥା ବି ଖରାଫ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ । ପୌରପ୍ରଶାସନ ସହରରେ ରାସ୍ତା ଉପରେ ପାଣି ଚାଳୁଥିବାରୁ କିଭଳି ଘୋଡଣୀ ଖୋଳା ଯିବ ଏବଂ ପାଣି ନିଷ୍କାସନ ହେବ ସେ ଦିଗରେ ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସେଭଳି ବର୍ଷା ଦିନରେ ନିର୍ମାଣ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି କିଛି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button