ଓଡିଶା

ସୌମ୍ୟବାବୁଙ୍କ ସଂପାଦକୀୟକୁ ନେଇ ରାଜନୀତି କରିବା ଠିକ୍ ନୁହଁ : ତାରା – bajravana

[ad_1]

ଜୟପୁର: ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ‘ଆମଘର ହାଲଚାଲ’ରେ ଲେଖିଥିବା ସଂପାଦକୀୟକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଛି। ‘ସମ୍ବାଦ’ର ସଂପାଦକ ଭାବେ ସୌମ୍ୟବାବୁ ସବୁ ବେଳେ ଆମଘରର ହାଲଚାଲ ସଂପାଦକୀୟ ଲେଖୁଛନ୍ତି। ସେ ଲେଖି ପାରିବେ, ତାହା ତାଙ୍କର ଗଣତାନ୍ତ୍ରିକ ଅଧିକାର। ତାହାକୁ ନେଇ ରାଜନୀତି କରିବା ଠିକ ନୁହଁ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ସେ ଜଣେ ସଂପାଦକ ଭାବେ ମତାମତ ଲେଖିପାରିବେ ତାହାକୁ ଶାସକ ହେଉ କିମ୍ବା ବିରୋଧୀଦଳ ସ୍ବାଗତ କରି ଗ୍ରହଣ କରିବା ଉଚିତ। ତାଙ୍କ ପ୍ରତି ଏଭଳି ଆଚରଣ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ସେ ଖଣ୍ଡପଡ଼ାର ଶାସକ ବିଜେଡି ବିଧାୟକ ହେଲେ ମଧ୍ୟ ‘ସମ୍ବାଦ’ର ସଂପାଦକ ଭାବେ ସେ ଲେଖିବା ତାଙ୍କର ଅଧିକାର ରହିଛି। ତାଙ୍କ ଅଧିକାରକୁ କେହି ଛଡ଼ାଇ ପାରିବେ ନାହିଁ ବୋଲି କହିଛନ୍ତି ତାରା।

ଗଣତନ୍ତ୍ରରେ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପନା ସଭା ଯେଭଳି ଗୋଟିଏ ଗୋଟିଏ ସ୍ତମ୍ଭ , ଠିକ ସେମିତି ଶାସନର ଭଲମନ୍ଦକୁ କହୁଥିବା ଗଣମାଧ୍ୟମ ମଧ୍ୟ ଗୋଟିଏ ସ୍ତମ୍ଭ। ନିର୍ବାଚିତ ଜନପ୍ରତିନିଧିମାନେ ଗଣତନ୍ତ୍ରକୁ ସୁରକ୍ଷା ଦେଲେ ଏବଂ ଗଣମାଧ୍ୟମ ଭୁଲଠିକ୍ କହିଲେ ଯାଇ ଗଣତନ୍ତ୍ର ବଂଚିବ।  ସୌମ୍ୟବାବୁ ବିଜେଡିରେ ଥିଲେ ମଧ୍ୟ ମତମନ୍ତବ୍ୟ ଦେଇ ପାରିବେ। ସେ ନେତା ସହ ଗୋଟିଏ ପ୍ରମୁଖ ଖବର କାଗଜର ସଂପାଦକ।  ‌ସେ କ’ଣ ଲେଖିଛନ୍ତି ତାହା ଲୋକେ ଠିକ ଭାବେ ଜାଣିଛନ୍ତି ଏବଂ ଏହାକୁ ନେଇ ସମଗ୍ର ରାଜ୍ୟରେ ହଟଚମଟ। ସୌମ୍ୟବାବୁଙ୍କୁ ଆକ୍ଷେପ କରି କହିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏଭଳି ହେଲେ ଗଣତନ୍ତ୍ର ଭୁଶୁଡ଼ି ଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button