ଦେଶ ବିଦେଶ

ଆଜି ଭାରତୀୟ ବଜାରରେ ଶସ୍ତା ହେଲା ସୁନା ଦର – bajravana

[ad_1]

ଭୁବନେଶ୍ୱର, ୧୦/୦୯ : ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ସୁନାର ଦରରେ ବଡ଼ ପରିବର୍ତ୍ତନ ହୋଇଛି । ଅନେକ ଦିନ ହେବ ଭାରତୀୟ ବଜାରରେ ସୁନାର ମୂଲ୍ୟ କମିବାରେ ଲାଗିଛି । ଓଡିଶା ସମେତ ଦେଶର ପ୍ରମୁଖ ସହରରେ କେତେ ରହିଛି ଦାମ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୪,୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୯,୮୪୦ ଟଙ୍କା ରହିଛି । ତେବେ ଓଡିଶାର ରାଜଧାନୀରେ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୪,୮୫୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନାର ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୯,୮୪୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ଏହା ଦର ହ୍ରାସ ହୋଇଛି । କହିବାକୁ ଗଲେ ଆଜି ମୁମ୍ବାଇରେ ୨୨ କ୍ୟାରେଟ ଏବଂ ୨୪ କ୍ୟାରେଟର ମୂଲ୍ୟ ୫୪,୮୫୦ ଟଙ୍କା ଓ ୫୯,୮୪୦ ଟଙ୍କା ଥିବାର ରେକର୍ଡ କରାଯିବା ବେଳେ ନୂଆଦିଲ୍ଲୀରେ ଏହାର ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୫,୦୦୦ ଟଙ୍କା ଓ ୬୦,୦୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୧୧୦ ଟଙ୍କା ଥିବା ରେକର୍ଡ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button