ଦେଶ ବିଦେଶ

ଦିଲ୍ଲୀ ପହଞ୍ଚିଲେ ଋଷି ସୁନକ – bajravana

[ad_1]

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ନୂଆଦିଲ୍ଲୀ ପହଞ୍ଚିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ତାଙ୍କ ପ୍ରଥମ ଆନୁଷ୍ଠାନିକ ଭାରତ ଗସ୍ତ । ଋଷିଙ୍କ ସହ ତାଙ୍କ ପତ୍ନୀ ଅକ୍ସତା ମୂର୍ତ୍ତି ମଧ୍ୟ ଭାରତ ଆସିଛନ୍ତି । ଋଷି ନୂଆଦିଲ୍ଲୀ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ତାଙ୍କର ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖର ସମ୍ମିଳନୀ ଅବସରରେ ଋଷିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।

ଏହାପୂର୍ବରୁ ଋଷି ସୁନକ ଆଜି କହିଥିଲେ ଯେ, ଜି-୨୦ ନେତାଙ୍କ ସହ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଭାରତ ଫେରିବାକୁ ନେଇ ମୁଁ ଖୁବ୍ ଖୁସି ଅଛି । ଭାରତ ଏମିତି ଏକ ଦେଶ ଯାହାକି ଖୁବ୍ ନିକଟତର ଏବଂ ପ୍ରିୟ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button