ଓଡିଶା

ମନରେଗା ଯୋଜନାରେ ୧୦୦ କାର୍ଯ୍ୟ ଦିବସ ୨୦୦ ଦିନକୁ ବୃଦ୍ଧି ଦାବି – bajravana

[ad_1]

ମାଲକାନଗିରିରେ ଗାଁ ସାଥୀ ଓ ଜବକାର୍ଡଧାରୀଙ୍କ ବିଶାଳ ସମାବେଶ

ମାଲକାନଗିରି: ମାଲକାନଗିରିରେ ଗାଁ ସାଥୀ ଓ ଜବକାର୍ଡଧାରୀଙ୍କ ବିଶାଳ ସମାବେଶ ହୋଇଛି। ମନରେଗା ଯୋଜନାରେ ୧୦୦ କାର୍ଯ୍ୟ ଦିବସ ୨୦୦ ଦିନକୁ ବୃଦ୍ଧି ଦାବି ହୋଇଛି। ସେହିପରି ମଜୁରି ୨୩୭ରୁ ଅଧିକ ବୃଦ୍ଧି ଦାବି ହୋଇଛି। ଗାଁ ସାଥୀମାନେ ସ୍ଥୟୀ ନିଯୁକ୍ତି ଦାବି କରିଛନ୍ତି। ଏହି ସମାବେଶରେ ହଜାର ହଜାର ଗାଁ ସାଥୀ ଓ ଜବକାର୍ଡଧାରୀ ଯୋଗ ଦେଇଛନ୍ତି। ସେମାନେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ଯାଇ ଦାବି ପତ୍ର ପ୍ରଦାନ କରିଛନ୍ତି।

ଗାଁ ସାଥୀମାନଙ୍କ ଦାବି

-ସମସ୍ତ ଗାଁ ସାଥୀଙ୍କୁ ସ୍ଥାୟୀ କରାଯାଇ ଉପଯୁକ୍ତ ତାଲିମ ପ୍ରଦାନ ସହ ମାସିକ ଅତିକମରେ ୧୨୦୦ ଟଙ୍କାରୁ ଊର୍ଦ୍ଧ୍ବ ଦରମା ଲାଗୁ କରାଯାଉ
-ଗାଁ ସାଥୀଙ୍କ ଜିଲ୍ଲା ତଥା ରାଜ୍ୟସ୍ତରୀୟ ସଠିକ ଡାଟାବସେ୍‌ ପ୍ରସ୍ତୁତ ସହ ସ୍ବତନ୍ତ୍ର ପରିଚୟ ପ୍ରଦାନ କରାଯାଉ।
-ପ୍ରତ୍ୟେକ ଗାଁ ସାଥୀଙ୍କ ମୃତ୍ୟୁ ଜନିତ ବୀମା ରାଶି ଅନ୍ୟୁନ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ କରାଯାଉ।
-ସରକାରଙ୍କ ଦ୍ବାରା ଉପଲବ୍ଧି ଥିବା ୧୦୦ ଦିନ କାର୍ଯ୍ୟରତ ମନେରଗା ଶ୍ରମିକଙ୍କ ସୁବିଧା ସୁଯୋଗ ଦେବା ସହ ଦାଦନ ଖଟୁଥିବା ଶ୍ରମିକଙ୍କ ପଞ୍ଚାୟତ ସ୍ତରରେ ପଂଜୀକୃତ କରାଯାଉ।
-ମନେରଗା ଶ୍ରମିକଙ୍କ ଶ୍ରମ ଦିବସ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନ କରାଯାଉ। ସେମାନଙ୍କର ଦୈନିକ ମଜୁରୀ ୨୩୭ ଟଙ୍କା ପରିବର୍ତ୍ତେ ୩୩୭ ଟଙ୍କା ବୃଦ୍ଧି କରାଯାଉ।

ସମାବେଶରେ ଜିଲ୍ଲା କମିଟିର ଉପଦେଷ୍ଟା ଘେନୁ ମୁଦୁଲି, ହରି ନାୟକ, ମଙ୍ଗଳ ଭତ୍ରା, ସୁଶାନ୍ତ ନିଳକମଳ, ନକୁଳ ନାୟକ, ତ୍ରିନାଥ ଅମାନ୍ୟତ, ସନ୍ୟାସୀ ନାୟକ, ସନାଧର ମୁଦୁଲି, ପୀତବାସ ହନ୍ତାଳ, ସଂଜୀତ କୁମାର ପେଦ, କୁନା ବାକା, କମଳା ନାୟକ, ସାବିତ୍ରୀ କିର୍ଷାନି, ବିନତି ମାଡ଼କାମୀ ପ୍ରମୁଖ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button