ଓଡିଶା

ଦୁରୁଆ ଓ ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ମିଳିବ କେବେ? – bajravana

[ad_1]

ରଣା ଓ ମାଳିକୁ ଆଦିବାସୀ ମାନ୍ୟତା ପାଇଁ ସୁପାରିସ ପରେ କୋରାପୁଟ ଜିଲ୍ଲାରେ ଆଦିବାସୀ ମହଲରେ ଅସନ୍ତୋଷ

ଜୟପୁର: ରାଜ୍ୟର ୪ଟି ଜିଲ୍ଲାର ମାଳି ଓ ରଣା ସମ୍ପ୍ରଦାୟ ଲୋକଙ୍କୁ ଆଦିବାସୀ ମାନ୍ୟତା ଦେବାକୁ ରାଜ୍ୟ ଆଦିବାସୀ ପରାମର୍ଶଦାତା କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବା ଘଟଣାକୁ ସହଜରେ ଗ୍ରହଣ କରୁନାହନ୍ତି କୋରାପୁଟ ଜିଲ୍ଲାର ଆଦିବାସୀ। ଏହାକୁ ନେଇ ତୀବ୍ର ଅସନ୍ତୋଷପ୍ରକାଶ ପାଇଛି। ଆଦିବାସୀ ମହାସଂଘ  ଓ ଅବିଭକ୍ତ କୋରାପୁଟ ଜିଲ୍ଲା ପରଜା ସମାଜ ବିକାଶ ପରିଷଦ ପକ୍ଷରୁ ଏଭଳି ମାନ୍ୟତା ପ୍ରଦାନ ସୁପାରି‌ଷକୁ ତୀବ୍ର ବିରୋଧ କରାଯାଇଛି।  ମାଳି ଓ ରଣା ସମ୍ପ୍ରଦାୟ ଆଦିବାସୀ ରିତିନୀତି, ପରମ୍ପରା, ସଂସ୍କୃତି, ଚାଳିଚଳଣୀକୁ ଆପଣାଇ ନାହାନ୍ତି। କୌଣସି ମାତ୍ରା‌ରେ ଏମାନେ ଆଦିବାସୀ ନୁହନ୍ତି କି ହୋଇ ପାରିବେ ନାହିଁ ବୋଲି କହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲା ପରଜା ସମାଜ ବିକାଶ ପରିଷଦ ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ମୁଦୁଲି, ଜିଲ୍ଲା ସଭାପତି କମୁଳୁ ଜାନୀ ଓ ଆଦିବାସୀ ମହାସଂଘର ସଭାପତି ଶିବ ମୁଦୁଲି।

ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲଢ଼େଇ କରିବାକୁ ପ୍ରୟାସ କରୁଛନ୍ତି ତାହା ବନ୍ଦ କରନ୍ତୁ ବୋଲି ଏମାନେ କହିଛନ୍ତି। ଏଭଳି ଚକ୍ରାନ୍ତକୁ  ଆଦିବାସୀ ମହା‌ସଂଘ ବିରୋଧ କରୁଛି। ଯେତେବେଳେ କି ଦୁରୁଆ ଓ ଝୋଡିଆ ଗତ ୨୫ବର୍ଷ ତଳେ ଆଦିବାସୀ ମାନ୍ୟତା ପାଇଥିଲେ ତାହାକୁ ଛଡ଼ାଇ ନିଆଯାଇଛି ବୋଲି ଏମାନେ ଅଭିଯୋଗ କରିଛନ୍ତି। ସେମାନେ ପୁଣି ଗତ ୨୫ବର୍ଷ ହେବ ଆଦିବାସୀ ମାନ୍ୟତା ପାଇବା ପାଇଁ ସଂଗ୍ରାମ କରି ଆସୁଛନ୍ତି। ତାଙ୍କ ପ୍ରତି ଅନୁକମ୍ପାଓ ଦରଦ ନ ଦେଖାଇ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏଭଳି କରୁଛନ୍ତି ତାହା ଠିକ ନୁହେଁ। ଏହାକୁ ଆଦିବାସୀମାନେ ସଂପୁର୍ଣ୍ଣ ରୁପେ ବିରୋଧ କରୁଛନ୍ତି। ଆସନ୍ତା ଦିନରେ  ଆଦିବାସୀ ମହାସଂଘ ପକ୍ଷରୁ ଗଠତ କୋର କମିଟିର ୨୯ଜଣ ସଦସ୍ୟଙ୍କୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ୫ଟି ସଚିବ, ମୁଖ୍ୟମନ୍ତ୍ରୀ ଆଦିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ଦରକାର ପଡ଼ିଲେ  ପ୍ରତିନିଧି ଦଳ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ। ଯଦି ରାଜ୍ୟ ସରକାର ଅଣ ଆଦିବାସୀଙ୍କ ଆଦିବାସୀ ମାନ୍ୟତା ପାଇଁ ପ୍ରୟାସ କରିବେ ତେବେ ରାଜ୍ୟସରକାରଙ୍କୁ ଆଦିବାସୀ ମହସଂଘ ବିରୋଧ କରିବ। ଆଇନକୁ ହାତକୁ ନେବାକୁ ବାଧ୍ୟ ହେବ ବୋଲି ଏମାନେ ଚେତାବନୀ ଦେଇଛନ୍ତି।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button