ଦେଶ ବିଦେଶ

ଲଞ୍ଚ ହେଲା ‘ଆଦିତ୍ୟ ଏଲ ୧’ – bajravana

[ad_1]

ନୂଆଦିଲ୍ଲୀ: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ ୧’ ଇସ୍ରୋ ଲଞ୍ଚ କରିଦେଇଛି । ସତୀଶ ଧବନ ଅନ୍ତରୀକ୍ଷ କେନ୍ଦ୍ର ଶ୍ରୀହରିକୋଟାରୁ ‘ଆଦିତ୍ୟ ଏଲ ୧’ ସୂର୍ଯ୍ୟ ଆଡ଼କୁ ଅଗ୍ରସର ହୋଇଛି । ଅନ୍ତରୀକ୍ଷ ଯାନକୁ ନିର୍ଦ୍ଧାରିତ ସ୍ଥଳୀକୁ ପହଞ୍ଚିବା ପାଇଁ ୪ ମାସ ସମୟ ଲାଗିବ । ପୃଥିବୀଠାରୁ ଏହାର ଦୂରତା ୧୫ ଲକ୍ଷ କିମି ।

‘ଆଦିତ୍ୟ ଏଲ ୧’ ର ସଫଳ ପ୍ରକ୍ଷେପଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ବେଜ୍ଞାନିକ ଓ ଇଞ୍ଜିନିୟରଙ୍କୁ ଶୁଭକାମନା ଜଣାଇଛନ୍ତି । ଚନ୍ଦ୍ରାୟନ -୩ର ସଫଳତା ପରେ ଭାରତ ଅନ୍ତରୀକ୍ଷ ଯାତ୍ରା ଜାରି ରଖିଛି । ସମ୍ପୂର୍ଣ୍ଣ ମାନବ ସମାଜର କଲ୍ୟାଣ ପାଇଁ ବ୍ରହ୍ମାଣ୍ଡକୁ ବିକଶିତ କରିବା ଲାଗି ଆମ ବୈଜ୍ଞାନିକଙ୍କ ପ୍ରୟାସ ଜାରି ରହିବ ।

ଇସ୍ରୋ ମୁତାବକ, ସୂର୍ଯ୍ୟର କ୍ରୋମୋସ୍ଫେୟର, କରୋନା ଗତିଶୀଳତା, ସୂର୍ଯ୍ୟର ତାପମାନ, କୋରୋନଲ ମାସ ଇଞ୍ଜେକ୍ସନ, କରୋନା ତାପମାନ, ଅନ୍ତରୀକ୍ଷ ପାଣିପାଗ ସମେତ ଅନେକ ବୈଜ୍ଞାନିକ ସ୍ଥିତି ଉପରେ ଅଧ୍ୟୟନ କରିବା ହେଉଛି ଏହି ମିଶନର ଲକ୍ଷ୍ୟ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button