ଓଡିଶା

ପୁରୁଣା ଷ୍ଟକ ଖାଲି କରୁଛନ୍ତି ମାଫିଆ: ଗଞ୍ଜେଇ ଚାଷ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି – bajravana

[ad_1]

ମାଲକାନଗିରି: ମୌସୁମୀ ବର୍ଷାର ପ୍ରକୋପ କମିବାରେ ଲାଗିଥିବା ବେଳେ ଚାଷ ପାଇଁ ପାଗ ଅନୁକୁଳ ହେବାରେ ଲାଗିଛି। ଗଞ୍ଜେଇ ଚାଷ ପାଇଁ ଏବେ ଠାରୁ ମାଟିକୁ ପ୍ରସ୍ତୁତ କରାଯାଉଛି। ବର୍ଷା ଦିନ ଶେଷ ହେବାକୁ ବସିଥିବା ବେଳେ ଜମିରେ ବିହନ ବୁଣିବେ ମାଫିଆ। ତାହା ତିନିରୁ ଚାରି ମାସ ପରେ ଅମଳ ପାଇଁ ପ୍ରସ୍ତୁତ ହୋଇଯିବ। ଫଳରେ ଅମଳ କରିଥିବା ଗଞ୍ଜେଇକୁ ରାଜ୍ୟ ବାହାରକୁ ଚାଲାଣ କରିବେ ମାଫିଆ। ଏନେଇ ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ଗଞ୍ଜେଇ ଚାଷ ପାଇଁ ପ୍ରସ୍ତୁତି ହେଉଥିବା ନେଇ ସୂଚନା ମିଳିଛି।

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ସର୍ବାଧିକ ଗଞ୍ଜେଇ ଚାଷ ହୋଇଥାଏ। ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳର ସୁଯୋଗ ନେଇ ମାଫିଆମାନେ ସେଠାରେ ନିଜର ଆଡ୍ଡା କରିଥାନ୍ତି। ସେହିପରି କୋରୁକୋଣ୍ଡା, ମାଥିଲି, ମାଲକାନଗିରି ଓ କାଲିମେଳା ବ୍ଲକର ବହୁ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଥାଏ। ଏହି ବ୍ଲକରେ ବହୁ ପରିମାଣରେ ଗଞ୍ଜେଇ ଚାଷ ହୋଇ ବିକ୍ରି ପାଇଁ ଯାଉଥିବା ବେଳେ ତାହାର ହିସାବ କାହା ପାଖରେ ମଧ୍ୟ ନାହିଁ। ଗଞ୍ଜେଇ ଚାଷ ବେଳେ ଯେଉଁ ଗଛ ନଷ୍ଟ କରାଯାଉଛି କିମ୍ବା ଚାଲାଣ ବେଳେ ଜବତ କରାଯାଉଛି ତାହାର ପରିମାଣ ଜଣାପଡୁଛି। ନଚେତ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ କରି କରି ବାହାର ରାଜ୍ୟକୁ ପ୍ରତିବର୍ଷ ଚାଲାଣ କରାଯାଉଛି। ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଲେ ତାହାର ମୂଲ୍ୟ ଆହୁରି ଅଧିକ ବଢ଼ିବାରେ ଲାଗୁଛି।

ଗଞ୍ଜେଇ ଚାଷ ମୁଖ୍ୟତ ବର୍ଷା ଦିନ ଶେଷ ଆଡକୁ ହେଉଥିବା ବେଳେ ତାହାକୁ ପାହାଡିଆ ଅଞ୍ଚଳରେ ଚାଷ କରୁଛନ୍ତି। ବର୍ଷା ଦିନେ ମାଟିକୁ ଚାଷ ପାଇଁ ପ୍ରସ୍ତୁତି କରିଥିବା ବେଳେ ସେପ୍ଟେମ୍ବର ମାସ ଶେଷ ଆଡକୁ ସଞ୍ଚୟ ରଖିଥିବା ବିହନକୁ ବୁଣିବେ। ଗୋଟିଏ ସ୍ଥାନରେ ମେଞ୍ଚାଏ ଲେଖାଏ ବିହନ ବୁଣି ଚାଷ କରିବେ। ଏହି ଗଛକୁ ଭଲଭାବରେ ଯତ୍ନ ନେଉଥିବା ବେଳେ ଗଞ୍ଜେଇ ଚାଷୀମାନେ ତାହାର ତଦାରଖ କରିବେ। ଅମଳ ସମୟ ଆସିଲେ ସେଥିରୁ ଆସନ୍ତା ବର୍ଷକୁ ପୁଣି ଚାଷ କରିବା ପାଇଁ ବିହନକୁ ବାହାର କରିବେ ଓ ବିକ୍ରି ଗଞ୍ଜେଇକୁ ଖରାରେ ବାରମ୍ବାର ଶୁଖାଇବେ। ବିକ୍ରି ପାଇଁ ପ୍ରସ୍ତୁତ ହେଲେ ତାହାକୁ ପ୍ରେସିଂ କରି ଲୁଚାଛପାରେ ବିଭନ୍ନ ଗାଡି ମାଧ୍ୟମରେ ରାଜ୍ୟ ବାହାରକୁ ଚାଲାଣ କରିବେ। ଚାଷ ଠାରୁ ଆରମ୍ଭ କରି ଗଞ୍ଜେଇ ପହଞ୍ଚାଇବା ପାଇଁ ବିଭିନ୍ନ ସ୍ତରରେ ମାଫିଆମାନେ ଲୋକ ପ୍ରସ୍ତୁତ କରି ରଖିଥାନ୍ତି। ପୁଞ୍ଜିପତି ମାଫିଆମାନେ ଏହି ରୢାକେଟକୁ ବେଧଡକ ଭାବେରେ ଚଲାଇ ଆସୁଛନ୍ତି। ପୁଲିସ ପକ୍ଷରୁ ବ୍ୟାପକ ଭାବରେ ଧରପଗଡ ହେଉଥିବା ମଧ୍ୟ ଗଞ୍ଜେଇ ଚାଷର ମୂଳପୋଛ ହୋଇପାରୁ ନାହିଁ।

ଅନ୍ୟପକ୍ଷରେ ଗଚ୍ଛିତ ରଖିଥିବା ପୁରଣା ଗଞ୍ଜେଇକୁ ଖାଲି କରିବା ପାଇଁ ଯୋଜନା କରୁଛନ୍ତି। ସେହି ଗଞ୍ଜେଇ ଖାଲି ହେବା ପରେ ସେଠାରେ ଅମଳ କରିବା ନୂତନ ଗଞ୍ଜେଇକୁ ସାଇତି ରଖିବେ। ଏନେଇ ସ୍ବଳ୍ପ ପରିମାଣରେ ବସ୍ତା ମାଧ୍ୟମରେ ବାହାରକୁ ଚାଲାଣ କରୁଥିବା ନେଇ ଜଣାପଡିଛି। ମାଲକାନଗିରି ଏସପିଙ୍କ କହିବାନୁଯାୟୀ, ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ପୁଲିସ ପୂର୍ବରୁ ପ୍ଲାନ ପ୍ରସ୍ତୁତ କରିବା ସହ ବିଭିନ୍ନ ସ୍ଥାନ ଉପରେ ନଜର ରଖିଛି। ୨୦୨୧ ମସିହାରେ ଜିଲ୍ଲାରେ ୪୪୫୫ ଏକର ଜମିରେ ଚାଷ ହୋଇଥିବା ସାଢ଼େ ୬୪ ଲକ୍ଷ ଗଞ୍ଜେଇ ଗଛକୁ ନଷ୍ଟ କରି ଦେବା ସହ ବିଭିନ୍ନ ଥାନାରେ ୯୧ଟି ମାମଲା ରୁଜୁ କରାଯାଇଛି। ସେହିପରି ୨୦୨୨ ମସିହାରେ ୨୦୬୩ ଏକର ଜମିରେ ଚାଷ ହୋଇଥିବା ୨୮ ଲକ୍ଷ ଗଞ୍ଜେଇ ଗଛକୁ ନଷ୍ଟ କରି ୭୯ ମାମଲା ରୁଜୁ ହୋଇଛି। ଚଳିତବର୍ଷ ମଧ୍ୟ ୮୮୯ ଏକ ଜମିରେ ଚାଷ ହୋଇଥିବା ୧୩ ଲକ୍ଷ ଗଛକୁ ନଷ୍ଟ କରିଦିଆଗଲାଣି। ଏଥିସହ ଦୁର୍ଗମ ଅଞ୍ଚଳକୁ ଗମନାଗମନ ସୁବିଧା ହେଉଥିବା ବେଳେ ଗଞ୍ଜେଇ ଚାଷ ମଧ୍ୟ ପୂର୍ବ ଅପେକ୍ଷା କମୁଥିବା ନେଇ ମଧ୍ୟ ପ୍ରକଶ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button