ମନୋରଞ୍ଜନ

ବକ୍ସ ଅଫିସରେ ରେକର୍ଡ କଲା ଗଦର-୨: ୧୭ ଦିନରେ ୪୫୦ କୋଟି ଟପିଲା – bajravana

[ad_1]

ରବିବାର ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ଗଦର-୨ ବକ୍ସ ଅଫିସରେ ୧୬ କୋଟି ଟଙ୍କା ଆୟ କରିବା ପରେ ୧୭ ଦିନରେ ଏହାର ମୋର ଆୟ ୪୫୬.୦୫ କୋଟିରେ ପହଞ୍ଚିଛି। ଏହା ଖୁବ୍‌ଶୀଘ୍ର ୫୦୦ କୋଟି ଡେଇଁ ରେକର୍ଡ କରିବ ବୋଲି ଚଳଚ୍ଚିତ୍ର ବଜାରର ବିଶ୍ଳେଷକ ତରଣ ଆଦର୍ଶ କହିଛନ୍ତି। ତେବେ ଚଳଚ୍ଚିତ୍ରଟି ଆଉ ଏକ ରେକର୍ଡ କରିଛି- ଏହା ବାହୁବଳୀ-୨ ସମେତ ସମସ୍ତ ହିନ୍ଦୀ ଚଳଚ୍ଚିତ୍ର ଭିତରେ ଖୁବ୍‌ଶୀଘ୍ର ୪୫୦ କୋଟିର ଆୟସୀମା ଅତିକ୍ରମ କରିଛି। ଅଗଷ୍ଟ ୧୧ରେ ମୁକ୍ତିଲାଭ କରିଥିବା ଗଦର-୨ ଉଚ୍ଚ ଆୟକାରୀ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକ ଭିତରେ ତୃତୀୟ ସ୍ଥାନରେ ପହଞ୍ଚିଛି।

ଆଦର୍ଶଙ୍କ କହିବା ଅନୁସାରେ, ଗଦର-୨ର ବ୍ୟବସାୟ ଜାରି ରହିଛି। ତୃତୀୟ ଶନିବାର-ରବିବାର ସୁଦ୍ଧା ଏହାର ଅର୍ଜନ ୪୫୦ କୋଟି ଟଙ୍କା ଅତିକ୍ରମ କରିଛି। ଶୁକ୍ରବାର ୭.୧୦ କୋଟି, ଶନିବାର ୧୩.୭୫ କୋଟି ଏବଂ ରବିବାର ୧୬.୧୦ କୋଟି ସହ ଏହାର ମୋଟ ଆୟ ୪୫୬.୦୫ କୋଟି ଟଙ୍କାରେ ପହଞ୍ଚିଛି। ୧୭ ଦିନରେ ଗଦର-୨ ବକ୍ସ ଅଫିସରେ ୪୫୦ କୋଟି ଆୟ ସୀମା ଟପିଛି। ସେଇ ସୀମା ଟପିବା ପାଇଁ ପଠାନକୁ ୧୮ ଦିନ ଓ ବାହୁବଳୀକୁ ୨୦ ଦିନ ଲାଗିଥିଲା ବୋଲି ଆଦର୍ଶ ଟ୍ବିଟ୍ କରିଛନ୍ତି। ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଗଦର-୨ରେ ସନ୍ନି ଦେଓଲ ଓ ଅମିଷା ପଟେଲ ଯଥାକ୍ରମେ ତାରା ସିଂହ ଓ ସାକିରା ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରର ପ୍ରଥମ ସଂସ୍କରଣ ଗଦର: ଏକ ପ୍ରେମ କଥାରେ ୨୦୦୨ରେ ସେମାନେ ସେହି ଭୂମିକାରେ ଅଭିନୟ କରୁଥିଲେ। ଏଥିରେ ଉତ୍କର୍ଷ ଶର୍ମା ସେମାନଙ୍କ ପୁଅ ଓ ସିମ୍ରତ କୌର ଉତ୍କର୍ଷଙ୍କ ପ୍ରେମିକା ରୂପେ ଅଭିନୟ କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button