ଅପରାଧ
ଟେଲିଗ୍ରାମ୍ ଠକେଇରେ ଗଲା ୩ ଲକ୍ଷ ୪୩ ହଜାର – bajravana
[ad_1]
ଭୁବନେଶ୍ବର: ବଢ଼ି ଚାଲିଛି ଟେଲିଗ୍ରାମ୍ ଠକେଇ। ଘରେ ବସି ରୋଜଗାର ଲୋଭ ଦେଖାଇ ସାଇବର ଅପରାଧୀମାନେ ଠକି ଚାଲିଛନ୍ତି। ପଟିଆ ନନ୍ଦନବିହାର ଅଞ୍ଚଳର ଜଣେ ଯୁବକ ଠକେଇର ଶିକାର ହୋଇଛନ୍ତି। ସେ ହେଲେ ଶଶାଙ୍କ ଭୂଷଣ ଦାସ। ମିଳିଥିବା ସୂଚନା ଅନୁସାରେ, ଶଶାଙ୍କଙ୍କ ପାଖକୁ ହ୍ବାଟସ୍ଆପ୍ରେ ଏକ ମେସେଜ୍ ଆସିଥିଲା। ଭିଡିଓକୁ ଲାଇକ୍, ସେୟାର କଲେ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ପ୍ରଥମେ କିଛି ଟଙ୍କା ମଧ୍ୟ ମିଳିଥିଲା। ଅଧିକ ଟଙ୍କାର ଲୋଭ ଦେଖାଇ ଠକମାନେ ତାଙ୍କ ଠାରୁ ୩ ଲକ୍ଷ ୪୩ ହଜାର ଟଙ୍କା ନେଇ ଯାଇଥିଲେ। ଠକେଇର ଶିକାର ହେବା ଜାଣିବା ପରେ ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
[ad_2]