ଓଡିଶା

ମିଶନ ଶକ୍ତି ମହିଳାଙ୍କୁ ନେଇ ମୁହାଁମୁହିଁ ହେଲେ ଅପରାଜିତା-ଶ୍ରୀମୟୀ – bajravana

[ad_1]

ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କୁ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର | ଅପରାଜିତା କହିଛନ୍ତି ଯେ ତିନି ଦିନ ତଳେ ଜମି ହଡପକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲି, ତାହା ପରେ ଏଭଳି ଘଟଣା ଘଟୁଛି | ଏକା ରଙ୍ଗର ଶାଢି ପିନ୍ଧି ମିଶନ ଶକ୍ତି ମହିଳାମାନେ ହାତରେ ଟେକା, ପଥର ଏବଂ ଅଣ୍ଡା ଧରି ମୋ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଠିଆ ହୋଇଥିଲେ | ଜୟଦେବ ନିର୍ବାଚନ ମଣ୍ଡଳୀର ଅଠାନ୍ତରକୁ ବୁଥ ସଶକ୍ତିକରଣ କାର୍ଯ୍ୟକ୍ରମକୁ ଯାଇଥିଲି | ଜିଲ୍ଲାପାଳ ଏବଂ ପୁଲିସ ଅଧିକାରୀଙ୍କୁ ଜଣାଇଥିଲି ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟୁଇଟ ମାଧ୍ୟମରେ ଜଣାଇଥିଲି |

ମୁଁ ବୁଝିପାରୁନି ମହିଳା ସଶକ୍ତିକରଣ ଅର୍ଥ, ଏହା କଣ ତାଙ୍କୁ ଶିଖା ଯାଇଛି | ମୁଁ ଜଣେ ମହିଳା ସାଂସଦ, ମୁଁ ଅସୁରକ୍ଷିତ | ରାଜ୍ୟ ସରକାର ଯଦି ସୁରକ୍ଷା ଦେଇଥାନ୍ତେ ଏ ପରିସ୍ଥିତି ସୃଷ୍ଟି ହୋଇପାରିନଥାନ୍ତା | ମିଶନ ଶକ୍ତି ମହିଳାମାନେ ଫେଲ ମାରିଲେ, ଠାକୁରଙ୍କ ଆଶୀର୍ବାଦରୁ ଏବଂ ସେଠି ମୋର ଜନସମର୍ଥନ ଥିବାରୁ ଏହା ସଫଳ ହେଲା ନାହିଁ | ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ, ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରିବାକୁ ପଡ଼ିବ | ମିଶନ ଶକ୍ତିର ମହିଳା ଅବା ଯିଏ ହୁଅନ୍ତୁ ଆମେ ଆଶା କରୁଛୁ ଯଦି ଭୁଲ କରୁଛନ୍ତି ତାଙ୍କୁ ପଚାରିବା କଥା ଏବଂ କାର୍ଯ୍ୟାନୁଷ୍ଠାନ ନେବା କଥା | କାରଣ ଜଣେ ମହିଳା ସାଂସଦଙ୍କ ସୁରକ୍ଷାର ପ୍ରଶ୍ନ ଅଛି | ତିନି ଦିନ ତଳେ ଜମି ହଡପକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲି, ତାହା ପରେ ଏଭଳି ଘଟଣା ଘଟୁଛି |

ଅନ୍ୟପଟେ ଅପରାଜିତାଙ୍କୁ ଟାର୍ଗେଟ କରି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ନିଜ ସୋସିଆଲ ମିଡିଆରେ ମହିଳାଙ୍କୁ ଗୁଣ୍ଡାର ଆଖ୍ୟା ଦେଇଛନ୍ତି ଅପରାଜିତା। ଏଥିପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ପ୍ରଶ୍ନ କରିଛନ୍ତି ଯେ ସବୁବେଳେ ନୀତି ଓ ନୈତିକତା କଥା କହୁଥିବା ସାଂସଦ କେମିତି ମହିଳା ତଥା ମା ମାନଙ୍କୁ ଗୁଣ୍ଡାର ଆଖ୍ୟା ଦେଇଛନ୍ତି । ସେ ଯେବେ ପୋଷ୍ଟ କରନ୍ତି ସୋସିଆଲ ମିଡିଆରେ ସେତେବେଳେ ସମସ୍ତଙ୍କ ନଜର ତାଙ୍କ ପୋଷ୍ଟ ଉପରେ ରହିଥାଏ। ଓଡ଼ିଶାରେ ମାମାନଙ୍କୁ କିଛି ଏଡିଟେଡ଼ ଫଟୋଗ୍ରାଫ ନେଇକି ମାଡାମ ବୋଧେ ଭାବୁଛନ୍ତି ନିଜ ହିସାବରେ ଶାସନ ଚାଲିଛି । ଆମେ ଆଶା କରିଥିଲୁ ଭୁବନେଶ୍ୱର ସାଂସଦ ଅଂହକାରକୁ ପ୍ରତ୍ୟାହାର କରି କ୍ଷମା ପ୍ରାର୍ଥନା କରିବେ । କିନ୍ତୁ ମ୍ୟାଡ଼ାମ ନିଜର ଅପାରଗତା ଲୁଚାଇଛନ୍ତି।

ସୋସିଆଲ ମିଡିଆରେ ନିଜ ଅଞ୍ଚଳ ଲୋକଙ୍କୁ ଗୁଣ୍ଡା ସଜାଇଛନ୍ତି ସାଂସଦ । ସେ ସବୁବେଳେ କହୁଛନ୍ତି ମୁଁ ମହିଳା ସାଂସଦ । ସାଂସଦ ଅଞ୍ଚଳକୁ ଗଲେ ସମସ୍ତେ ମତ ରଖିପାରିବେ କିନ୍ତୁ ଆଜି ମା’ଙ୍କୁ ଗୁଣ୍ଡାର ଆଖ୍ୟା ଦେଇଛନ୍ତି ଅପରାଜିତା । ତାଙ୍କ ପୋଷ୍ଟରୁ ଦୁଇଟି କଥା ଜଣାପଡୁଛି | ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ ତାକୁ ସେ ମଳିନ କରିଛନ୍ତି। ମା’ମାନଙ୍କୁ ଆମେ ସମ୍ମାନ ଦେଉଛୁ କିନ୍ତୁ ଏଡିଟ ଫଟୋକୁ ନେଇ ମିଛର ଆଖ୍ୟା ଦେଇଛନ୍ତି। ନିଜେ ଯାହା ଚାହିଁବେ କରିବେ ଭାବୁଛନ୍ତି । ତାଙ୍କୁ ପ୍ରଶ୍ନ କରିବାର ଅଧିକାର ସେହି ଅଞ୍ଚଳର ମା’ଙ୍କ ଅଧିକାର ଅଛି । ସେ ଭାବୁଛନ୍ତି ମତେ କେହି ପ୍ରଶ୍ନ କରିବେ ନାହିଁ । କିନ୍ତୁ ଏଥିପାଇଁ ନିଜ ସୋସିଆଲ ମିଡ଼ିଆ କିମ୍ବା ନିଜେ ସେହି ମା’ଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀମୟୀ ମିଶ୍ର ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button