ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାଯ୍ୟକ୍ରମ: ବଡ଼ ପରଦାରେ ଦେଖିଲେ ଶ୍ରଦ୍ଧାଳୁ – bajravana
[ad_1]
ରାଉରକେଲା: ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବାକୁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ପକ୍ଷରୁ ସହରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେକ୍ଟର-୩, କୋଏଲନଗର ‘ଏ‘ ବ୍ଲକ , ବାସନ୍ତୀକଲୋନି, ଉଦିତନଗର, ଛେଣ୍ଡକଲୋନି ଦେବବିହାର, ଫର୍ଟିଲାଇଜର, ଲେବରଟେନାମେଣ୍ଟ ସାରଳା ମନ୍ଦିର, ସେକ୍ଟର-୬ ଜଗନ୍ନାଥ ମନ୍ଦିର ଆଦି ମୋଟ ୧୧ଟି ମନ୍ଦିରରେ ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଥିଲା। ଏଲ୍ଇଡି ପରଦାରେ ଶ୍ରଦ୍ଧାଳୁମାନେ ପୁରୀ ପରିକ୍ରମା ପ୍ରକଳ୍ପର ସିଧାପ୍ରସାରଣ ଦେଖିଥିଲେ। ପ୍ରତ୍ୟେକ ମନ୍ଦିରରେ ଆର୍ଏମ୍ସିର ଅଧିକାରୀ ଓ କର୍ମଚାରୀମାନେ ଦାୟିତ୍ବରେ ରହିଥିଲେ। କିଛି ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସେତେଟା ଭିଡ଼ ପରିଲକ୍ଷିତ ହୋଇନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷକରି ହନୁମାନବାଟିକା, ଛେଣ୍ଡ ଦେବବିହାର, ଉଦିତନଗର ପଞ୍ଚଦେବ ମନ୍ଦିର, ବାସନ୍ତୀକଲୋନି ଆଦି ଜଗନ୍ନାଥ ମନ୍ଦିରରେ ଅପରାହ୍ନ ୨ଟା ସୁଦ୍ଧା ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଅପରାହ୍ନ ୨ଟା ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦସେବନ ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସେକ୍ଟର-୬ ମନ୍ଦିରରେ ତ୍ରିଶା ଗ୍ରୁପ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ନାଥ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ, ଡ଼. ଜଗନ୍ନାଥ ଦାସ, ସୁବାଷ ପାତ୍ର, ଉତ୍ତମ ସାହୁ, ରବିନାରାୟଣ ରାଉତ, ଶ୍ରୀଧର ଓଝା, ପ୍ରଶାନ୍ତ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେମିତି ଲେବରଟେନାମେଣ୍ଟ ଶାରଳା ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସିଧାପ୍ରସାରଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
[ad_2]