ସମସ୍ୟା କୁ ଡର ନାହିଁ……
ଏକ ରାଜ୍ୟର ରାଣୀ,ଗୌତମ ବୁଦ୍ଧଙ୍କୁ ପସନ୍ଦ କରୁନଥିଲେ । କିଛି ଖଳ ଲୋକଙ୍କୁ ବୁଦ୍ଧଙ୍କ ବିରୁଦ୍ଧରେ କୁସ୍ଛାରଟନା କରିବାକୁ ସେ କହିଲେ । ସେମାନେ ବିଭିନ୍ନ ପ୍ରକାରେ ବୁଦ୍ଧଙ୍କୁ ହଇରାଣ କଲେ । ମିଛ କହି ଅପମାନିତ କଲେ । ଏହା ବୁଦ୍ଧଙ୍କର ଜଣେ ଶିଷ୍ୟକୁ ଭଲ ଲାଗିଲା ନାହିଁ ।
ସେ ବୁଦ୍ଧଙ୍କୁ କହିଲେ – ମହାଭାଗ, ଚାଲନ୍ତୁ ଏ ଅଞ୍ଚଳ ଛାଡି ଅନ୍ୟତ୍ର ଚାଲିଯିବା ।
ବୁଦ୍ଧ ପଚାରିଲେ – କୁଆଡେ ଯିବା ?
ସେଠାରେ ଯଦି ଏମିତି ଅନଟନ ଘଟେ, ଲୋକେ ଆମକୁ ହଇରାଣ କରନ୍ତି, ତାହାହେଲେ କ’ଣ କରିବା ?
ଶିଷ୍ୟଟି କହିଲା – ସେମିତି ହେଲେ ଆମେ ସେ ସ୍ଥାନ ଛାଡି ଅନ୍ୟତ୍ର ପଳାଇବା ।
ବୁଦ୍ଧ କିଛି ସମୟ ନିରବ ରହି କହିଲେ – ଦେଖ ,ଯେଉଁଆଡ଼େ ଗଲେବି କିଛି ନା କିଛି ସମସ୍ୟା ବା ବିବାଦ ଆମ ପଛରେ ରହିବା ସ୍ବଭାବିକ । ସମସ୍ୟା ସମାଧାନ ନ କରି ସ୍ଥାନ ଛାଡିଦେଲେ, ସମସ୍ୟା ଆମ ପିଛା ଛାଡିବ ନାହିଁ । ସମସ୍ୟାକୁ ଡରି ପଳାଇବା ଅନୁଚିତ । ସମସ୍ୟାର ବାଟ ଖୋଜ । ସାହାସ ର ସହ ସମସ୍ୟାର ମୁକାବିଲା କର । ସମସ୍ୟା ଅପସରି ଯିବ ।
***** ଲିସାରାଣୀ କର *****
ବରୀ ବ୍ଲକ, ଯାଜପୁର,ଓଡିଶା