news

ଭାବୁକ ହେଲେ ଆଲିଆ ଭଟ୍ଟ

Image result for alia bhatt sad wallpaper downloadନୂଆଦିଲ୍ଲୀ: ଭାବୁକ ହେଲେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ। ସୋସିଆଲ ମିଡିଆରେ ଆଲିଆଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆଲିଆ ଆଖିରୁ ଲୁହ ପୋଛୁଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଲିଆ ନିଜ ଅନ୍ତରଙ୍ଗ ବାନ୍ଧବୀଙ୍କ ବାହାଘର ପାଇଁ ଦିଲ୍ଲୀ ଯାଇଥିଲେ। ବିବାହରେ ସେ ବ୍ଲୁ ରଙ୍ଗର ଶାଢ଼ୀ ପିନ୍ଧିବା ସହ ନ୍ୟୁଡ ମେକଅପ୍‌ରେ ବହୁ ସୁନ୍ଦର ଦେଖାଯାଉଛନ୍ତି। ବାନ୍ଧବୀଙ୍କ ବିବାହ ସମୟରେ ଆଲିଆ ଭାବୁକ ହେବା ସହ କାନ୍ଦି ପକାଇଥିଲେ। ସେହି ସମୟରେ ଆଲିଆ ନିଜ ଲୁହ ପୋଛୁଥିବାର ଫଟୋ କ୍ୟାମେରାରେ କଏଦ୍‌ ହୋଇଥିଲା। ଯାହା ଏବେ ସୋସିଆଲ ମିଡିଆରେ ଧମାଲ ମଚାଇଛି। ଏହି ଫଟୋକୁ ଫ୍ୟାନ୍ସମାନେ ବେଶ୍‌ ପସନ୍ଦ କରିଛନ୍ତି। ଏବେ ଆଲିଆ ଦିଲ୍ଲୀରୁ ମୁମ୍ବାଇକୁ ଫେରିଆସିଥିବା ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button