ଖେଳ ଖବର

କଳିଙ୍ଗ ପୁଲ୍‌ରେ ଋଷଭଙ୍କ ଚମକ: ମହାରାଷ୍ଟ୍ର ପାଇଁ ୫ ସ୍ବର୍ଣ୍ଣ ସହ ୭ ପଦକ ଜିତିଲେ ଓଡ଼ିଆ ପୁଅ – bajravana

[ad_1]

ସୁରେଶ ସ୍ବାଇଁ
ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ୍‌ ଆକ୍ବାଟିକ୍ ସେଣ୍ଟରରେ ଚାଲିଥିବା ଜାତୀୟ ଉପକନିଷ୍ଠ ଓ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ପାଇଁ କେହି ପଦକ ଜିତି ପାରିନାହାନ୍ତି, କିନ୍ତୁ ଜଣେ ଓଡ଼ିଆ ପୁଅ ୫ ସ୍ବର୍ଣ୍ଣ ସହ ମୋଟ ୭ ପଦକ ଜିତି ରାଜ୍ୟର ସମ୍ମାନ ରଖିଛନ୍ତି। କିନ୍ତୁ ଏହି ୭ ପଦକ ମହାରାଷ୍ଟ୍ର ଖାତାରେ ପଡ଼ିଛି। କାରଣ ମୁମ୍ବାଇରେ ରହି ସନ୍ତରଣ ଦୁନିଆକୁ ଆସିଥିବାରୁ ଏହି ଉଦୀୟମାନ ପ୍ରତିଭା ମହାରାଷ୍ଟ୍ରର ଗୌରବକୁ ପୁଣି ବଢ଼ାଇଛନ୍ତି। ପୂର୍ବରୁ ଜାତୀୟ କନିଷ୍ଠ ବର୍ଗରେ ୫ ପଦକ ଜିତି ସାରିଥିବା ୧୬ ବର୍ଷୀୟ ଋଷଭଙ୍କ ଜାତୀୟ କନିଷ୍ଠ ବର୍ଗ ମୋଟ ପଦକ ସଂଖ୍ୟା ୧୨ରେ ପହଞ୍ଚିଛି। ବିଗତ ୫ ଦିନ ଧରି କଳିଙ୍ଗ ଆକ୍ବାଟିକ୍ ସେଣ୍ଟର ପୁଲ୍‌ରେ ବ୍ୟସ୍ତ ଥିବା ଋଷଭ ମୋଟ ୮ ଇଭେଣ୍ଟରେ ଭାଗ ନେଇ ୭ଟି ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ୫୦ ମିଟର୍‌ ଫ୍ରିଷ୍ଟାଇଲ୍‌ ଇଭେଣ୍ଟରେ ସେ ମାତ୍ର ୦.୦୧ ସେକେଣ୍ଡ୍ ପାଇଁ ଅଷ୍ଟମ ପଦକରୁ ବଞ୍ଚିତ ହୋଇଛନ୍ତି। ୧୦୦ ମିଟର୍‌ ବ୍ୟାକ୍‌ଷ୍ଟ୍ରୋକ୍, ୧୦୦ ମିଟର୍‌ ଫ୍ରିଷ୍ଟାଇଲ୍‌, ୨୦୦ ମିଟର୍ ବ୍ୟାକଷ୍ଟ୍ରୋକ୍‌ରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୦୦ ଓ ୨୦୦ ମିଟର୍‌ ଫ୍ରିଷ୍ଟାଇଲ୍ ରିଲେରେ ମଧ୍ୟ ମହାରାଷ୍ଟ୍ର ପାଇଁ ଦଳଗତ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଋଷଭ। ଏହା ଛଡ଼ା ୫୦ ମିଟର୍‌ ବ୍ୟାକ୍‌ଷ୍ଟ୍ରୋକ୍‌ ଏବଂ ୧୦୦ ମିଟର୍‌ ମେଡଲେ ରିଲେରେ ଋଷଭ ରୌପ୍ୟ ପଦକ ଜିତିଛନ୍ତି। ଋଷଭଙ୍କୁ ମଧ୍ୟ ତାଙ୍କ ପିତା ଅନୁପମ ଏବଂ ମା’ ପ୍ରଜ୍ଞା କଳିଙ୍ଗ ଆକ୍ବାଟିକ୍‌ ସେଣ୍ଟର ଗ୍ୟାଲେରୀରୁ ଉତ୍ସାହିତ କରିବାକୁ ଉପସ୍ଥିତ ଥିଲେ।

କେବଳ କନିଷ୍ଠ ନୁହେଁ ବରିଷ୍ଠ ବର୍ଗରେ ମଧ୍ୟ ପଦକ ଜିତି ନିଜ ବୟସ ତୁଳନାରେ ଢେର ଆଗକୁ ବଢ଼ିଯାଇଛନ୍ତି ଋଷଭ। ନଭି ମୁମ୍ବାଇରେ ଋଷଭଙ୍କ ପରିବାର ରହୁଥିବାରୁ ତାଙ୍କ ସଫଳତା ମଧ୍ୟ ମହାରାଷ୍ଟ୍ର ଗୌରବ ବଢ଼ାଉଛି। ଚଳିତ ବର୍ଷ ମହାରାଷ୍ଟ୍ର ରାଜ୍ୟ ଅଲିମ୍ପିକ୍ ଗେମ୍ସରେ ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍ ବିବେଚିତ ହୋଇ ଶିଖର ଛୁଇଁଛନ୍ତି ଏହି ଦଶମ ଷ୍ଟାଣ୍ଡାର୍ଡ ଛାତ୍ର। କଟକ ମୂଳ ଅଧିବାସୀ ଅନୁପମ ଦାସ ଏବଂ ପ୍ରଜ୍ଞା ଦାସଙ୍କ ପୁଅ ଋଷଭ ମାତ୍ର ୫ ବର୍ଷ ବୟସରେ ମୁମ୍ବାଇର ଭଶିସ୍ଥିତ ଆଞ୍ଜେଲେ୍‌ ସୁଇମିଂ ପୁଲ୍‌ରୁ ସନ୍ତରଣ ଅଭିଯାନ ଆରମ୍ଭ କରିଥିଲେ। ଶିବଛତ୍ରପତି ପୁରସ୍କାର ପ୍ରାପ୍ତ ଦୁଇ ପ୍ରଶିକ୍ଷକ ଗୋକୁଳ କାମାଥ ଓ ଋତୁଜା ଉଦେଶୀ ହିଁ ଋଷଭଙ୍କ ଖେଳ ଜୀବନକୁ ଗଢ଼ିଛନ୍ତି। ୨୦୧୭ ମସିହାଠାରୁ ଜାତୀୟସ୍ତରର ପଦକ ଜିତି ଆସୁଛନ୍ତି ଋଷଭ। ମହ‌ାରାଷ୍ଟ୍ର ରାଜ୍ୟ ଅଲିମ୍ପିକ୍ସ ଗେମ୍ସରେ ୧୦ ପଦକ ଜିତି ସାରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଚଳିତ ବର୍ଷ ହାଇଦ୍ରାବାଦରେ ଅନୁଷ୍ଠିତ ୭୬ତମ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଋଷଭ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ୪ ଗୁଣା ୧୦୦ ମିଟର୍‌ ମିଶ୍ରିତ ମେଡଲେ ରିଲେରେ ସ୍ବର୍ଣ୍ଣ, ୪ ଗୁଣା ୧୦୦ ମିଟର୍‌ ରିଲେରେ ରୌପ୍ୟ ଏବଂ ୧୦୦ ମିଟର୍‌ ବ୍ୟାକଷ୍ଟ୍ରୋକ୍‌ରେ କାଂସ୍ୟ ପଦକ ଜିତି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ମହାରାଷ୍ଟ୍ରର ସର୍ବକନିଷ୍ଠ (୧୫ ବର୍ଷ) ସନ୍ତରକ ଭାବେ ଜାତୀୟ ବରିଷ୍ଠ ବର୍ଗରେ ପଦାର୍ପଣ କରି ଇତିହାସ ରଚିଥିଲେ। ସେହିଭଳି ବିଗତ ଦୁଇ ବର୍ଷ ହେବ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରୁ ୨ ସ୍ବର୍ଣ୍ଣ, ୨ କାଂସ୍ୟ ଓ ଗୋଟିଏ ରୌପ୍ୟ ପଦକ ଅମଳ କରିସାରିଛନ୍ତି। ଏହା ପୂର୍ବରୁ ୨୦୨୧ରେ ବାଙ୍ଗାଲୋରଠାରେ ୪୭ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରୁ ୪ ରୌପ୍ୟ ଓ ୧ କାଂସ୍ୟ ପଦକ ଜିତି ନିଜ ଆଗମନର ଝଲକ ଦେଖାଇଥିଲେ। ୨୦୧୯-୨୦ ଋତୁର ୬୫ତମ ଜାତୀୟ ସ୍କୁଲ୍‌ କ୍ରୀଡ଼ାରେ ମଧ୍ୟ ମହାରାଷ୍ଟ୍ର ପାଇଁ କାଂସ୍ୟ ପଦକ ଜିତିବାର ଗୌରବ ଆଣିଛନ୍ତି ଋଷଭ। ୨୦୧୭ରେ ପୁଣେରେ ଅନୁଷ୍ଠିତ ୩୪ତମ ଜାତୀୟ ଉପକନିଷ୍ଠ ସନ୍ତରଣ ସନ୍ତରଣ ପ୍ରତିଯୋଗିତାରେ ମାତ୍ର ୧୦ ବର୍ଷ ବୟସରେ ଗୋଟିଏ ସ୍ବର୍ଣ୍ଣ ଓ ୨ କାଂସ୍ୟ ପଦକ ଜିତିବା ଦିନଠାରୁ ଆଉ ପଛକୁ ଫେରିନାହାନ୍ତି ଋଷଭ।

ବିଗତ ୫ ବର୍ଷ ଧରି ନିରଂତର ସଫଳତା ପାଇ ଚାଲିଥିବାରୁ ପରବର୍ତ୍ତୀ ୩ ବର୍ଷ ମଧ୍ୟରେ ଏସୀୟ କ୍ରୀଡ଼ା ଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଯୋଜନା କରିଛନ୍ତି। ଏଥି ପାଇଁ ମଧ୍ୟ ଋଷଭ ପରିବାର ମଧ୍ୟ ନିଜ ପ୍ରଶିକ୍ଷକଙ୍କ ସହ ସେପ୍ଟେମ୍ବର ପହିଲାରୁ ୩ ମସିହା ସିଙ୍ଗାପୁର ଗସ୍ତ କରି ଉଚ୍ଚତର ପ୍ରଶିକ୍ଷଣ ଯୋଜନାରେ ରହିଛନ୍ତି। ଏହି ବିଦେଶ ଗସ୍ତରେ ପ୍ରାୟ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଥିବାରୁ ସରକାରୀ ଓ ବେସରକାରୀ ପ୍ରାୟୋଜକମାନେ ହାତ ବଢ଼ାଇବାକୁ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button