ଖେଳ ଖବର

ମେଲବର୍ଣ୍ଣ ଟେଷ୍ଟ୍ ସହ ଶୃଙ୍ଖଳା ହାରିଲା ପାକିସ୍ତାନ – bajravana

[ad_1]

କମିନ୍ସଙ୍କୁ ୧୦ ୱିକେଟ୍‌, ଅଷ୍ଟ୍ରେଲିଆ ୭୯ ରନ୍‌ରେ ବିଜୟୀ

ମେଲବର୍ଣ୍ଣ: ଏପଟ ସେପଟ ଦେଇ ଗତି କରିଥିବା ପାକିସ୍ତାନ-ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ୍‌ ଚତୁର୍ଥ ଦିବସରେ ଶେଷ ହୋଇଯାଇଛି। ପ୍ୟାଟ୍ କମିନ୍ସଙ୍କ ଉଭୟ ପାଳି ୫ ୱିକେଟ୍ ସଫଳତା ବଳରେ ଅଷ୍ଟ୍ରେର୍ଲିଆ ୭୯ ରନ୍‌ୟରେ ବାଜି ମାରି ନେଇଛି। ଭ୍ରମଣକାରୀ ଦଳ ସମ୍ମୁଖରେ ୩୧୭ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ସାନ୍ ମାସୁଦ୍ (୬୦), ଆଘା ସଲମାନ (୫୦), ବାବର ଆଜମ (୪୧), ମହମ୍ମଦ ରିଜୱାନ (୩୫)ଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ପାକିସ୍ତାନ ୨୩୭ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ମିଚେଲ ଷ୍ଟାର୍କ ମଧ୍ୟ ୪ ୱିକେଟ୍ ନେଇ କମିନ୍ସଙ୍କ କମାଲରେ ନିଜ ଯୋଗଦାନ ରଖିଥିଲେ। ଏଥି ସହିତ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳାରେ ୨-୦ରେ ଆପରାଜେୟ ଅଗ୍ରଣୀ ନେଇଛି। କମିନ୍ସ ମୋଟ ୧୦ ୱିକେଟ୍ (୫/୪୮ ଓ ୫/୪୯) ଅକ୍ତିଆର କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ତୃତୀୟ ଟେଷ୍ଟ୍ ଜାନୁଆରି ୩ ତାରିଖରୁ ସିଡ୍‌ନିରେ ଖେଳାଯିବ।

ଶୁକ୍ରବାର ସକାଳେ ଅଷ୍ଟ୍ରେଲିଆ ଏହାର ଅସମାପ୍ତ ଦ୍ବିତୀୟ ପାଳିକୁ ୧୮୭/୬ରୁ ଖେଳି ୨୬୨ ରନ୍‌ରେ ଶେଷ ୱିକେଟ୍ ହରାଇଥିଲା। ସାହିନ ଶାହା ଆଫ୍ରିଦି ଓ ମିର ହାମଜା ୪-୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଆମିର ଜମାଲ ଅବଶିଷ୍ଟ ୨ ୱିକେଟ୍ ଅକ୍ତିଆର କରିଥିଲେ। ୩୧୭ ରନ୍ ଲକ୍ଷ୍ୟ ପାକିସ୍ତାନ ପାଇଁ ସୁବର୍ଣ୍ଣ ସୁଯୋଗ ଭଳି ଥିଲା। ମାସୁଦ୍, ବାବର, ସକିଲ, ରିଜୱାନ, ଆଘା ସଲମାନ ପ୍ରମୁଖ ଭଲ ବ୍ୟାଟିଂ କରିଥ‌ିଲେ ମଧ୍ୟ କେହି ଫିନିସର୍ ଭୂମିକା ତୁଲାଇପାରି ନଥିଲେ। ଅଷ୍ଟ୍ରେଲିଆର ପେସ୍ ତ୍ରିମୂର୍ତ୍ତି (ଷ୍ଟାର୍କ-ହାଜେଲଉଡ୍‌-କମିନ୍ସ) ପାକିସ୍ତାନକୁ ବାଟ ଛାଡ଼ିନଥିଲେ। ଏକଦା ପାକିସ୍ତାନ ୩ ୱିକେଟ୍‌ ବିନିମୟରେ ୧୪୬ ରନ୍ କରି ଦୃଢ଼ ସ୍ଥିତିରେ ଥିଲା। ବାବର ଆଜମଙ୍କୁ ଜୋସ୍ ହାଜେଲଉଡ୍‌ ବୋଲ୍ଡ କରିଦେବା ପରେ ଷ୍ଟାର୍କ-କମିନ୍ସ ପାକିସ୍ତାନ ପାଳିର ୱିକେଟ୍‌କୁ କମିନ୍ସ-ଷ୍ଟାର୍କ ପାଳି କରି ବାଣ୍ଟି ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୧୮। ପାକିସ୍ତାନ ପ୍ରଥମ ପାଳି: ୨୬୪। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୨୬୨ (ଟ୍ରାଭିସ୍ ହେଡ୍‌-୯୬, ମିର ହାମଜା-୪/୩୨, ସାହିନ ଶାହା ଆଫ୍ରିଦି-୪/୭୬, ଆମିର ଆଜମଲ୨/୭୪)। ପାକିସ୍ତାନ ଦ୍ବିତୀୟ ପାଳି: ୬୭.୨ ଓଭରରେ ୨୩୭ (ସାନ ମାସୁଦ-୬୦, ଆଘା ସଲମାନ-୫୦, ବାବର ଆଜମ-୪୧, ମହମ୍ମଦ ରିଜୱାନ-୩୫, ସୌଦ ସକିଲ୍-୨୪, ପ୍ୟାଟ୍ କମିନ୍ସ-୫/୪୯, ଷ୍ଟାର୍କ-୪/୫୫, ଜୋସ୍ ହାଜେଲଉଡ୍‌-୧/୩୪)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button