ଦେଶ ବିଦେଶ

ଦେଶର ୧୦୦ ସହରରେ ଗଡିବ ୧୦ ହଜାର ପିଏମ୍‌ ଇ-ବସ୍ – bajravana

[ad_1]

ନୂଆଦିଲ୍ଲୀ : ପିଏମ୍‌ ଇ-ବସ୍‌ ସେବାକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ବୁଧବାର(ଅଗଷ୍ଟ ୧୬) ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ମଧ୍ୟ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ୍। ପିଏମ୍‌ ଇ-ବସ୍ ସେବା ବିଷୟରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ୫୭,୬୧୩ କୋଟି ଟଙ୍କାର ଏହି ଯୋଜନାରେ ୧୦ ହଜାର ନୂଆ ଇଲେକ୍ଟ୍ରିକ୍‌ ବସ ଚାଲିବ। ୧୦୦ଟି ସହରରେ ଏହିସବୁ ବସ୍ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଯୋଜନାରେ କେନ୍ଦ୍ର ସରକାର ୫୭,୬୧୩ କୋଟି ଟଙ୍କାରୁ ୨୦ ହଜାର କୋଟି ଦେବେ। ବାକି ଧନରାଶି ରାଜ୍ୟ ସରକାର ଦେବେ ବୋଲି ଅନୁରାଗ ଠାକୁର କହିଛନ୍ତି। ଏହି ଯୋଜନା ମାଧ୍ୟମରେ ୧୦ ବର୍ଷ ପାଇଁ ବସ୍ ଅପରେଟର୍ସଙ୍କୁ ସପୋର୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ପିପିପି ମଡେଲ ଅଧୀନରେ ଏହି ବସ୍ ଗୁଡିକ କିଣିଯିବା। ଏଥିପାଇଁ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ। ଏପରି ପରିସ୍ଥିତିରେ ଘରୋଇ କମ୍ପାନୀଗୁଡିକ ଏକ ସୁବର୍ଣ୍ଣ ସୁଯୋଗ ପାଇବେ। ଏହି ଯୋଜନା ୨୦୩୭ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଯେଉଁ ସହରଗୁଡ଼ିକରେ ବସ୍ ସେବାର କୌଣଶି ସଂଗଠିତ ଢାଞ୍ଚା ନଥିବା ଏହି ଯୋଜନାରେ ସେହି ସହରଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିରେ ସିଧାସଳଖ ଭାବେ ୪୫ ହଜାରରୁ ୫୫ ହଜାର ରୋଜଗାର ସୃଷ୍ଟି ହୋଇପାରିବ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button