ବୁଲ୍ଡୋଜର୍ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ସୁପ୍ରିମକୋ
ନୂଆଦିଲ୍ଲୀ: କୋଠା ଭାଙ୍ଗିବା ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରି ବେଆଇନ ନିର୍ମାଣ ମାମଲାରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ବୁଧବାର ଦିନ ପାନ-ଇଣ୍ଡିଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
ଏହି ନିର୍ଦ୍ଦେଶନାମା ମଧ୍ୟରେ ଭଙ୍ଗାଯିବାର ୧୫ ଦିନ ପୂର୍ବରୁ ଅଗ୍ରୀମ ବିଜ୍ଞପ୍ତି ପ୍ରଦାନ, ଭିଡିଓ ରେକର୍ଡିଂ ପ୍ରକ୍ରିୟା, ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ରହିିଛି।
ତେବେ ଏହି ନିର୍ଦ୍ଦେଶାମା ସାର୍ବଜନୀନ ସଡ଼କ, ରେଳ ଲାଇନ ପରି ସ୍ଥାନରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା କୋଠା ପାଇଁ ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ଜଣେ ବିଚାରପତି ହୋଇପାରିବେ ନାହିଁ ଏବଂ ଜଣେ ଅଭିଯୁକ୍ତକୁ ଦୋଷୀ ଘୋଷଣା କରିପାରିବେ ନାହିଁ କି ତାଙ୍କ ଘର ଭାଙ୍ଗି ପାରିବେ ନାହିଁ।
ସୁପ୍ରିମ୍କୋର୍ଟ ଜାରି କରିଥିବା କିଛି ଗାଇଡ୍ଲାଇନ୍:
:କେବଳ ସଂରଚନାଗୁଡିକ ଅନଧିକୃତ ହୋଇଥିଲେ ହିଁ ବୁଲ୍ଡୋଜର୍ କାର୍ଯ୍ୟାନୁଷ୍ଠାନ ଲାଗୁ ହେବ।
:ମାଲିକଙ୍କୁ ଅଗ୍ରୀମ ନୋଟିସ୍ ବିନା ଭଙ୍ଗାଯିବ ନାହିଁ।
:୧୫ ଦିନ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜରି କରାଯିବ। ଭଙ୍ଗାଯିବାର କାରଣ ଏବଂ ଶୁଣାଣି ତାରିଖ ନିର୍ଦ୍ଦିଷ୍ଟ କରିବା ଜରୁରୀ।
: କେଉଁ ଆବଶ୍ୟକତା ପାଇଁ ଏପରି ଚରମ ପଦକ୍ଷେପ ନିଆଯାଉଛି ତାହା ବ୍ୟାଖ୍ୟା କରିବା ଅନିବାର୍ଯ୍ୟ।
: ବ୍ୟକ୍ତିଗତ ଶୁଣାଣି ତାରିଖ ସୁଯୋଗ ଦିଆଯିବା ଆବଶ୍ୟକ।
:ଡିଜିଟାଲ୍ ପୋର୍ଟାଲରେ ସ୍ପଟ୍ ରିପୋର୍ଟ ପ୍ରଦର୍ଶିତ ହେବା ଜରୁରୀ।
:ଏହି ନିର୍ଦ୍ଦେଶଗୁଡିକର ଉଲ୍ଲଂଘନ ଅବମାନନା କିମ୍ବା ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି।
: ଯଦି ଏହି ନିର୍ଦ୍ଦେଶାବଳୀ ଉଲ୍ଲଂଘନ ହୁଏ ତେବେ ଅଧିକାରୀମାନେ ଦାୟୀ ରହିବେ।