ଦେଶ ବିଦେଶ
ଇଡିରେ ହାଜର ହେବେନି କେଜ୍ରିୱାଲ – bajravana
[ad_1]
ନୂଆଦିଲ୍ଲୀ, ୦୩/୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସକୁ ଅଣଦେଖା କରିବେ । ଆଜି ପଚରାଉଚରା ପାଇଁ ସେ ଉପସ୍ଥିତ ରହିବେ ନାହିଁ । ‘ଇଡି ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି କିନ୍ତୁ ଏଜେନ୍ସିର ନୋଟିସ ବେଆଇନ ଅଟେ’। ଅନ୍ୟପଟେ ସିଏମ୍ଙ୍କ ବାସଭବନ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ହୋଇଥିବା କଥିତ ଭ୍ରଷ୍ଟାଚାର ମାମଲାରେ ପଚରାଉଚରା ପାଇଁ ନୋଟିସ୍ ଜାରି କରିଥିଲା । ‘ଇଡି ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଇଡିର ନୋଟିସ ବେଆଇନ ଅଟେ । ଅନ୍ୟପଟେ ଆପ୍ କହିଛି ଯେ ସେମାନଙ୍କ ଉଦେଶ୍ୟ କେଜ୍ରିୱାଲଙ୍କୁ ଗିରଫ କରିବା । କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାର କରାଇ ନଦେବା ପାଇଁ ସେମାନେ ଚାହୁଁଛନ୍ତି । ନିର୍ବାଚନ ପୂର୍ବରୁ କାହିଁକି ନୋଟିସ୍ ପଠାଗଲା’। ପୂର୍ବରୁ ଦୁଇ ନୋଟିସକୁ ବି ସେ ଅଣଦେଖା କରି ଏହାକୁ ବେଆଇନ ଏବଂ ରାଜନୀତିରୁ ପ୍ରେରିତ ବୋଲି କହିଥିଲେ ।
[ad_2]