ଦେଶ ବିଦେଶ

-କେମିତି କମିବ ପେଟରୁ ଚର୍ବି ?

କେମିତି କମିବ ପେଟରୁ ଚର୍ବି ? ଆଜିକାଲି ବହୁତ ଲୋକ ନିଜର ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି । ଏପରିକି ବହୁତ ଅଳ୍ପ ବୟସର ପିଲା ମାନେ ମଧ୍ୟ ବହୁତ ଶୀଘ୍ର ମୋଟାପଣର ଶିକାର ହେଇଯାଉଛନ୍ତି । ତେବେ ଦିନକୁ ଦିନ ମୋଟାପଣ ସମସ୍ଯା ବଢିବାରେ ଲାଗିଛି । ଶରୀରରେ ମୋଟାପଣ ବଢିବାର ଅନେକ ଗୁଡିଏ କାରଣ ରହିଛି । ଯେପରିକି ଶାରୀରିକ କାର୍ଯ୍ୟର ଅଭାବ, ଅତ୍ୟଧିକ ମିଠା ଓ ତେଲଯୁକ୍ତ ଖାଦ୍ୟ ଖାଇବା ଏହି 2 ପ୍ରମୁଖ କାରଣ ଯୋଗୁ ଶରୀରରେ ମୋଟାପା ଅଧିକ ବଢିଯାଇଥାଏ ।

ବଂଶଗତ କାରଣରୁ ମଧ୍ୟ ଲୋକ ଅଧିକ ମୋଟା ହୋଇଯାଇଥାନ୍ତି । ତେବେ ଶରୀରରେ ଅତ୍ୟଧିକ ମୋଟାପଣ ଯୋଗୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀରକୁ ମାଡି ବସିଥାଏ । ବ୍ରେନ ଟ୍ଯୁମର, ଡାଇବେଟିସ, ବ୍ଲଡ଼ ସୁଗାର, ପେଟରେ କ୍ୟାନ୍ସର ଆଦି ସମସ୍ଯା ଏହି ଅଧିକ ମୋଟାପଣ ଯୋଗୁ ଆସିଥାଏ । ତେବେ ମୋଟାପଣକୁ କମାଇବା ପାଇଁ ପ୍ରଥମେ ନିଜର ଲାଇଫଷ୍ଟାଇଲକୁ ପରିବର୍ତ୍ତନ କରିବାକୁ ପଡିବ । ତେବେ ମୋଟାପଣ ଶରୀରରେ ହେବାକୁ ଚାହୁଁନଥିଲେ ।

ବା ମୋଟାପଣକୁ କମାଇବାକୁ ଚାହୁଁଥିଲେ । ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର ବିଶେଷ ଭାବେ ଆବଶ୍ୟକତା ରହିଛି । ବ୍ୟକ୍ତି ନିଜର ଶାରୀରିକ କାର୍ଯ୍ୟ କରିବା ପ୍ରତି ଅଧିକ ଧ୍ୟାନ ଦେବାର ଅଛି । ଏଥିସହ ପ୍ରତିଦିନ ଏକ୍ସରସାଇଜ ମଧ୍ୟ କରିବା ଉଚିତ । କାରଣ ବିଭିନ୍ନ ପ୍ରକାର ଏକ୍ସରସାଇଜ କରି ବ୍ୟକ୍ତି ନିଜର ଅତ୍ୟଧିକ ମୋଟାପଣକୁ ଧୀରେ ଧୀରେ କରି କମାଇପାରିବେ ।

 

ଦିତୀୟରେ ତେଲ ମସଲା ଯୁକ୍ତ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖି ଯଥା ପରିମାଣରେ ସୁଷମ ଖାଦ୍ୟ ଖାଇବା ଉଚିତ । ଯେପରି ଶରୀରରେ ଅଯଥା ଫ୍ୟାଟ ସୃଷ୍ଟି ହୋଇପାରିବ ନାହିଁ । ବାହାରର ପ୍ରୋସେସ କି ପ୍ଯାକେଜ ଫୁଡ୍ ଯେତେ ସମ୍ଭବ କମାଇ ଦିଅନ୍ତୁ । କାରଣ ଏହିଭଳି ଖାଦ୍ୟ ବହୁତ ଶୀଘ୍ର ଶରୀରରେ ଚର୍ବି ବଢାଇ ଶରୀରକୁ ବହୁତ ଶୀଘ୍ର ମୋଟା କରିଦେଇଥାଏ ।

ଯେଉଁ ମାନଙ୍କର ପିଲା ଛୋଟ ବେଳୁ ଅଧିକ ମୋଟା ଥାନ୍ତି । ସେମାନେ ତାହାକୁ ସାଧାରଣ ଅର୍ଥରେ ନେବା ଉଚିତ ନୁହେଁ । କାରଣ ଓବେସିଟି ବା ମୋଟାପା ଏକ ରୋଗ କହିଲେ ଚଳେ । ଯାହା ଥରେ ବଢିବା ଆରମ୍ଭ ହୋଇଗଲେ । ସମୟ କ୍ରମେ ପିଲା ଧୀରେ ଧୀରେ କରି ବହୁତ ଅଧିକ ମୋଟାପଣର ଶିକାର ହୋଇଯାଇଥାନ୍ତି । ତେଣୁ ପ୍ରଥମରୁ ପିଲା ମାନଙ୍କୁ ପ୍ରତିଦିନ କିଛି ନ କିଛି ଏକ୍ସରସାଇଜ କରିବା ପାଇଁ କହିବା ଦରକାର ।

 

Related Articles

Leave a Reply

Your email address will not be published. Required fields are marked *

Back to top button