ମନୋରଞ୍ଜନ

ଏହି ସବୁ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଥିଲା ସନ୍ନିଙ୍କ ନାମ: ତାଲିକାରେ ନାହାନ୍ତି ଅମିଶା ପଟେଲ୍‌ – bajravana

[ad_1]

ମୁମ୍ବାଇ: ‘ଗଦର-୨’ର ଲୋକପ୍ରିୟତା ପରେ ଏବେ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଅମିଶା ପଟେଲ୍‌ ଓ ଅଭିନେତା ସନ୍ନି ଦେଓଲ। ସନ୍ନି ଏବେ ତାଙ୍କ ବ୍ୟକ୍ତିଗତ ଜୀବନରେ ଶଶୁର ପାଲଟି ସାରିଛନ୍ତି। ମାତ୍ର ଆପଣ ଜାଣନ୍ତି କି ଅତୀତରେ ତାଙ୍କର ଅନେକ ଅଭିନେତ୍ରୀଙ୍କ ସହ ପ୍ରେମ ସଂପର୍କ ଥିବା ଚର୍ଚ୍ଚା ହୋଇଛି।

ଡିମ୍ପଲ କପାଡ଼ିଆରୁ ନେଇ ଅମୃତା ସିଂହ, ମୀନାକ୍ଷୀ ସେଷାଦ୍ରି, ରବୀନା ଟଣ୍ଡର୍ଣ୍ଣ ଅ‌ାଦିଙ୍କ ନାମ ସନ୍ନିଙ୍କ ସହ ଯୋଡ଼ି ହୋଇଥିଲା। ହେଲେ ଅଭିନେତା ଶେଷରେ ପୂଜା ଦେଓଲଙ୍କ ପାଖରେ ହାରିଗଲେ ଓ ସାରା ଜୀବନ ପାଇଁ ତାଙ୍କ ହାତ ଧରିନେଲେ।

୧୯୮୪ ମସିହାରେ ସନ୍ନି ଦେଓଲ ଓ ପୂଜା ଦେଓଲଙ୍କ ବିବାହ ହୋଇଥିଲା। ତେବେ ସେ ସମୟରେ ସନ୍ନିଙ୍କ ପ୍ରେମ ସଂପର୍କର ଖବର ବଲିଉଡ୍‌ରେ ଛାଇ ହୋଇ ରହିଥିଲା। ଏକ ସାକ୍ଷାତ୍‌କାରେ ଅଭିନେତା ନିଜର ପ୍ରେମ ସଂପର୍କ ଓ ପତ୍ନୀଙ୍କ ଉପରେ ତାହାର ପ୍ରଭାବ ବିଷୟରେ ଖୋଲିକି କହିଥିଲେ।

ସନ୍ନି ସେ ସମୟରେ କହିଥିଲେ, ‘‘ଏସବୁ ଚାଲିଥାଏ। ଏହା ଆମ କାମର ଏକ ଅଂଶ।’ ଯେତେବେଳେ ତାଙ୍କ ସଂପର୍କିତ ଏସବୁ କଥାର ପ୍ରଭାବ ପତ୍ନୀଙ୍କ ଉପରେ ପଡ଼େ କି ନାହିଁ ବୋଲି ପଚରାଗଲା ତ ଅଭିନେତା କହିଥିଲେ, ‘‘ମୋତେ ଜଣା ନାହିଁ ତାଙ୍କ ପାଖରେ ଏସବୁ ପହ‌ଞ୍ଚେ କି ନାହିଁ। ସେପରି କିଛି ବି ନଥିଲା।’’

ଅମୃତା ସିଂହଙ୍କ ସହ ପ୍ରେମ ସଂପର୍କ ଥିବା ପ୍ରସଂଗରେ ସନ୍ନି ଦେଓଲ କହିଥିଲେ, ‘‘ଲୋକ କ’ଣ ଲେଖନ୍ତି ତାହା ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ମୁଁ ଜାଣିିଛି। ଏହାକୁ ସବୁ ସହିବାକୁ ପଡ଼େ। କେବେ କେବେ କିଛି ଅଧିକ ଲେଖି‌ବା ଦେଖି ରାଗ ଲାଗେ’’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button