ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପୋସ୍ତକ : ଦେଇଥାଏ ଏହି ସବୁ ଫାଇଦା – bajravana
[ad_1]
ଆମ ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲା କେବଳ ସ୍ୱାଦ ବଢାଇ ନଥାଏ । ବରଂ ଶରୀର ପାଇଁ ମଧ୍ୟ ବେଶ୍ ସ୍ୱାସ୍ଥ୍ୟପ୍ରଦ । ଯେମିତିକି ପୋସ୍ତକ । ଏହା ଦେଖିବାକୁ ଖୁବ୍ ଛୋଟ, କିନ୍ତୁ ଉପକାରୀ । ଅବଶ୍ୟ ଅଧିକ ମହଙ୍ଗା ହୋଇଥିବାରୁ ଖୁବ୍ କମ୍ ଲୋକ ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାନ୍ତି । ଅନେକ ରୋଗରୁ ରକ୍ଷା କରିଥାଏ ପୋସ୍ତକ । ଏହାକୁ ମସଲାରେ କିମ୍ବା ପାଉଡର ଭାବେ ଖାଦ୍ୟ ଉପରେ ବ୍ୟବହାର କରିପାରିବେ ।
ଏହା ପାଚନ ତନ୍ତ୍ରଠାରୁ ଆରମ୍ଭ କରି ହାଡ଼ ଯାଏ ପ୍ରାୟ ସବୁ ଅଙ୍ଗପ୍ରତ୍ୟଙ୍ଗ ପାଇଁ ଖୁବ୍ ଲାଭଦାୟକ । ତେଣୁ ଏହାକୁ ଡାଏଟ୍ରେ ସାମିଲ୍ କରିବା ଉଚିତ୍ । ଏହାକୁ ମିଠା ଓ ଲୁଣିଆ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର କରିପାରିବେ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବାରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ଡାଏଟ୍ରେ ସାମିଲ୍ କରିବା ଜରୁରି
ପୋସ୍ତକର ଫାଇଦା : ଏହା ଫାଇଭର, ପ୍ରୋଟିନ୍, କପର୍, ଓମେଗା-୩, ଫ୍ୟାଟି ଏସିଡ୍, କ୍ୟାଲସିୟମ୍, ମାଙ୍ଗାନିଜ୍ ଓ ଥାୟମିନ୍ ଆଦି ତତ୍ତ୍ୱରେ ଭରା ।
ହୃଦୟକୁ ସୁସ୍ଥ ରଖେ : ପୋଟାସିୟମ୍ରେ ଭରା ପୋସ୍ତକ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିବା ସହ ହୃଦୟଜନିତ ରୋଗକୁ କମ୍ କରିଥାଏ । ରକ୍ତଚାପ ରୋଗୀ ଏହାକୁ ନିଶ୍ଚୟ ଖାଇବା ଉଚିତ୍
ପାଚନ ତନ୍ତ୍ରରେ ସୁଧାର ଆଣେ : ଫାଇଭରର ପ୍ରମୁଖ ସ୍ରୋତ ହେଉଛି ପୋସ୍ତକ । ଏହା କବ୍ଚ ପରି ସମସ୍ୟାକୁ ରୋକିବା ସହ ମଳତ୍ୟାଗକୁ ସହଜ କରିଥାଏ । ପେଟଜନିତ ସମସ୍ୟା ଥିଲେ ପୋସ୍ତକକୁ ଡାଏଟ୍ରେ ସାମିଲ୍ କରିବା ଜରୁରି ।
ହାଡ଼କୁ ମଜଭୁତ କରେ : କ୍ୟାଲସିୟମ୍ରେ ଭରା ପୋସ୍ତକ ହାଡ଼ ଓ ଦାନ୍ତ ପାଇଁ ବେଶ୍ ଲାଭଦାୟକ ।
ଯନ୍ତ୍ରଣାରୁ ମୁକ୍ତି ଦିଏ : ପୋସ୍ତକ ଅନେକ ପ୍ରକାରର ଶରୀର ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ । ତେଣୁ ଏହାକୁ ଡାଏଟ୍ରେ ସାମିଲ୍ କରିବା ଆବଶ୍ୟକ ।
[ad_2]