ଏସୀୟ ପାରା କ୍ରୀଡ଼ା: ବିନା ହାତରେ ଇତିହାସ ରଚିଲେ ଶୀତଲ – bajravana
[ad_1]
ହାଂଝୌ: ବିନା ହାତରେ ଜଣେ ତୀରନ୍ଦାଜ ଯେ ସଫଳତାର ଅପୂର୍ବ ଗୌରବ ଆଣିପାରେ ଏହାକୁ ପ୍ରମାଣିତ କରିଛନ୍ତି ଶୀତଲ ଦେବୀ। ଚଳିତ ଏସୀୟ ପାରା କ୍ରୀଡ଼ାରେ ଇତିହାସ ରଚିଛନ୍ତି ଶୀତଲ। ଜନ୍ମରୁ ହାତ ନଥିବା ଏହି ୧୬ ବର୍ଷୀୟା ଯୁବତୀ ଗୋଟିଏ ଏସୀୟ ପାରା କ୍ରୀଡ଼ା ସଂସ୍କରଣରେ ଦୁଇଟି ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ପାଇଛନ୍ତି। ଖାଲି ଏତିକି ନୁହେଁ ଏହି ପ୍ରତିଯୋଗିତାରେ ସେ ହ୍ୟାଟ୍ରିକ ପଦକ ଜିତିବାର ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି। ସେ ଶୁକ୍ରବାର କାମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗ ଫାଇନାଲ୍ରେ ନିଜ ଦେଶର ସରିତାଙ୍କୁ ୧୪୩-୧୪୨ରେ ହରାଇ ସ୍ବର୍ଣ୍ଣ ଜିତିଥିଲେ। ଏହା ପୂର୍ବରୁ କମ୍ପାଉଣ୍ଡ ମିଶ୍ରିତରେ ସ୍ବର୍ଣ୍ଣ ଓ ମହିଳା ଯୁଗଳରେ ସେ ରୌପ୍ୟ ପାଇଥିଲେ।
ଜମ୍ମୁ କାଶ୍ମୀର କିସତୱାର ଜିଲ୍ଲାର ଲୋଇଧାର ଗ୍ରାମର ଶୀତଲଙ୍କୁ ପ୍ରଥମେ ଭାରତୀୟ ସେନା ଠାବ କରିଥିଲା। ୨୦୧୯ରେ ସେନା ଦ୍ବାରା ଆୟୋଜିତ ଯୁବ କ୍ରୀଡ଼ାରେ ତାଙ୍କର ପ୍ରଦର୍ଶନ ଦେଇ ଭାରତୀୟ ସେନା ତାଙ୍କର ଦାୟିତ୍ବ ନେଇଥିଲା। ତାଙ୍କୁ ପ୍ରଶିକ୍ଷିତ କରାଇଥିଲା। ଗତ ଜୁଲାଇରେ ପାରା ବିଶ୍ବ ତୀରନ୍ଦାଜି ପ୍ରତିଯୋଗିତାରେ ପ୍ରଥମ ବାହୁବିହୀନ ମହିଳା ଭାବେ ଅଂଶ ଗ୍ରହଣ କରିଥିଲେ। ଫାଇନାଲ୍ରେ ସିଙ୍ଗାପୁରର ଅଲିମ ନୁର ସିୟାହିଦାଙ୍କୁ ହରାଇ ସ୍ବର୍ଣ୍ଣ ଜିତିଥିଲେ। ହାତ ନଥିଲେ ମଧ୍ୟ ସେ ନିଜ ପାଦରେ ତୀର ଚଲାଇ ସଫଳତାର ସିଡ଼ି ଚଢ଼ିବାକୁ ଲାଗିଛନ୍ତି।
[ad_2]