ଦେଶ ବିଦେଶ
ସୁନା-ରୂପା ଦାମ୍ ବଢିଲା, ଜାଣନ୍ତୁ କେତେ..
ନୂଆଦିଲ୍ଲୀ : ଧନତେରସ-ଦୀପାବଳିରେ ଏଥର ସୁନା କିଣିବା ସହଜ ହେବନି । ସୁନା-ରୂପା କିଣିବା ପାଇଁ ଆପଣଙ୍କୁ ଅଧିକ ପଇସା ଦେବାକୁ ପଡିବ । ସୁନା ଦାମ୍ ସର୍ବୋଚ୍ଚ ସ୍ତର ପାର କରିଛି । ପ୍ରଥମ ଥର ସୁନା ୮୦ ହଜାର ଟଙ୍କା ପାର୍ କରିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ ବୈଶିକ ଅନିଶ୍ଚିତତା ସହିତ ଲଗାତର ଖସୁଥିବା ସେୟାର ବଜାର ଯୋଗୁଁ ସୁନା ଦାମ୍ ବଢିବାରେ ଲାଗିଛି ।
ବୈଶିକ ସ୍ତରରେ ସୁନା ଓ ରୂପା ଦାମ୍ ବୃଦ୍ଧି ଜାରି ରହିଛି ।
୨୩ ଅକ୍ଟୋବରରେ ଭାରତରେ ସୁନା ଦାମ୍ ୮୦ ହଜାର ଟଙ୍କା ସ୍ତର ପାର କରିଛି । ୨୪ କ୍ୟାରେଟ୍ ସୁନା ଦାମ୍ ୮୦୨୨୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଯାଇଛି । ପାର୍ବଣ ଋତୁ ଯୋଗୁଁ ବଢୁଥିବା ଚାହିଦା ଯୋଗୁଁ ସୁନା ଦାମ୍ ବଢିବାରେ ଲାଗିଛି । ରୂପା ଦାମ୍ ୯୯୭୯୧ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଯାଇଛି । ରୂପା ଦାମ୍ ମଧ୍ୟ ଖୁବ୍ ଶୀଘ୍ର ୧ ଲକ୍ଷ ଟଙ୍କା ପାର୍ କରିବା ନେଇ ଆକଳନ କରାଯାଉଛି ।