ଦେଶ ବିଦେଶ

ଶାରୀରିକ ସମ୍ପର୍କ ପରେ ମହିଳା ମାନେ କାହିଁକି ପରିସ୍ରା ଯିବା ଜରୁରୀ ଅଟେ ? ଜାଣନ୍ତୁ ଏହାର କାରଣ

ଆଜିକାଲିର ଆଧୁନିକ ଦୁନିଆରେ ବହୁତ ଯୁବକ ଯୁବତୀ ଭୁଲରେ ଓ ଜାଣିଶୁଣି ବି ଏହି କାମ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଦେବା ଉଚିତ, ନହେଲେ ଆପଣ ଭବିଷ୍ୟତରେ ବହୁତ ଅସୁବିଧାର ସମ୍ମୁଖୀନ ହେଇ ପାରନ୍ତି । ଏହି କଥା ଆମେ କହୁନୁ ଏହା ବିଷୟରେ ବହୁତ ବରିଷ୍ଠ ଡାକ୍ତର ନିଜର ମନ୍ତବ୍ୟ ରଖିଛନ୍ତି । ଉଭୟ ପୁରୁଷ ଓ ନାରୀର ସମାନ ଭୂମିକା ରହିଥାଏ ଶାରୀରିକ ସମ୍ପର୍କ ସ୍ଥାପନରେ ଆଉ ସେଥି ପାଇଁ ଉଭୟଙ୍କୁ କିଛି ନୀତି ନିୟମ ମାନି ଚାଲିବା ଉଚିତ । ତେବେ ଆମେ ଆଜି କେବଳ ମହିଳା ମାନଙ୍କ ପାଇଁ କିଛି ଏମିତି ସୂଚନା ନେଇଆସିଛୁ ଯାହା ସେମାନେ ଶାରୀରିକ ସମ୍ପର୍କର ରଖିବା ପରେ ମାନିବା ନିତାନ୍ତ ଜରୁରୀ ।

ମହିଳା ମାନଙ୍କ ଶରୀର ପୁରୁଷ ତୁଳନାରେ ଖୁବ କୋମଳ ହେଇଥାଏ ଆଉ ବହୁତ ସମୟରେ ତାଙ୍କ ୟୁଟ୍ରେସ ଇନଫେକସନ ହେଇଥାଏ ଆଉ ଯାହାର ପରିଣାମ ସ୍ୱରୂପ ତାଙ୍କୁ ଅସ୍ତ୍ରୋପଚାର ଆଦିର ଚୟନ କରିବାକୁ ପଡିଥାଏ । ତେବେ ଆଜି ଆସନ୍ତୁ ଜାଣିବା ମହିଳା ମାନେ ଶାରୀରିକ ସମ୍ପର୍କ ରଖିବା ଉପରେ କେଉଁ ଜିନିଷ ପ୍ରତି ସତର୍କ ରହବା ଦରକାର ଯାହା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ରେଣୁ କପୁର କହିଛନ୍ତି ।

ମହିଳା ମାନେ ମନଦେଇ ବିଶେଷଜ୍ଞ ମାନଙ୍କ ମତରେ ମହିଳା ଓ ପୁରୁଷ ମଧ୍ୟରେ ଶାରୀରିକ ସମ୍ପର୍କ ରହିବା ପରେ ମହିଳା ପରିସ୍ରା ଯିବା ନିତାନ୍ତ ଜରୁରୀ । ଡାକ୍ତର ଙ୍କ ମତରେ ଶାରୀରିକ ସମ୍ପର୍କ ପରେ ମହିଳା ପରିସ୍ରା ଯିବା ଜରୁରୀ କାରଣ ମହିଳାଙ୍କ ମୂତ୍ରାଶୟ ବହୁତ ଛୋଟ ଆଉ ଏହା ଇନଫେକସନ ହେବାର ସମ୍ଭାବନା ବହୁତ ରହିଥାଏ । ମହିଳା ଓ ପୁରୁଷ ସେକ୍ସ କରିବା ପରେ ମହିଳାଙ୍କ ମୂତ୍ରାଶୟରେ ବହୁତ ବ୍ୟାକ୍ଟେରିଆ ପ୍ରବେଶ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button