ଦେଶ ବିଦେଶ

ନିଆଁ ଲାଗିଥିବା ଚିତାରୁ ଉଡିଲା ଟଙ୍କା – bajravana

[ad_1]

ନୂଆଦିଲ୍ଲୀ, ୧/୧୧ : ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଳନ୍ତା ଚିତାରୁ ଉଡିଲା ଟଙ୍କା । ଚିତା ଲିଭାଇବାକୁ ଦୌଡିଲେ ଲୋକ । ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସମୟରେ ପୁଳାପୁଳା ୫୦୦ ଟଙ୍କିଆ ନୋଟ୍ ଜଳି ଉଡ଼ିଥିଲା । ସଙ୍ଗେ ସଙ୍ଗେ ନିଆଁ ଲିଭାଇ ନୋଟ୍ ବାହାର କଲେ। ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାରେ ଲାଗିଛି। ଗୋଜାଡଙ୍ଗା ଅଞ୍ଚଳରେ ରହୁଥିବା ନିମାଇ ସର୍ଦ୍ଦାରଙ୍କର ଗତ ରବିବାର ଦେହାନ୍ତ ହୋଇଥିଲା । ନିମାଇ ଏକ ଭ୍ୟାନ୍ ଚଳାଉଥିଲେ । ତାଙ୍କର କୌଣସି ସନ୍ତାନ ନ ଥିଲେ। ତାଙ୍କ ପୁତୁରା ପଞ୍ଚାନନ ସର୍ଦ୍ଦାରଙ୍କୁ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରିବାକୁ କୁହାଯାଇଥିଲା । ଯେତେବେଳେ ପଞ୍ଚାନନ ଚିତାରେ ନିଆଁ ଲଗାଇଥିଲେ, ସେତେବେଳେ ୫୦୦ ଟଙ୍କିଆ ନୋଟ ଉଡ଼ିବା ଆରମ୍ଭ ହୋଇଥିଲା । ବାସ୍ତବରେ, ନିମାଇ ରୋଜଗାର କରିଥିବା ସମସ୍ତ ଟଙ୍କାକୁ ତକିଆ ଭିତରେ ଲୁଚାଇ ରଖୁଥିଲେ । ଶବଦାହ ସମୟରେ ମୃତକଙ୍କ ତକିଆ ଯେତେବେଳେ ଚିତାରେ ରଖାଯାଇଥିଲା ଏବଂ ତାହା ନିଆଁରେ ଜଳିବା ଆରମ୍ଭ କଲା, ସେଥିରେ ଭର୍ତ୍ତି ହୋଇଥିବା ନୋଟ୍ଗୁଡ଼ିକ ନିଆଁର ଧୂଆଁରେ ଉଡ଼ିବା ଆରମ୍ଭ କଲା । ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ | ଲୋକମାନେ ଶୀଘ୍ର ନିଆଁ ଲିଭାଇଲେ ଏବଂ ତକିଆ ସହ ଜଳିଯାଉଥିବା ନୋଟଗୁଡ଼ିକୁ ରକ୍ଷା କଲେ । ଏନେଇ ପଞ୍ଚାନନ କହିଛନ୍ତି ଯେ ତକିଆ ଭିତରେ ଏକ ଛୋଟ ବ୍ୟାଗ ଥିଲା । ଯେଉଁଥିରେ ବଡବାପା ଟଙ୍କା ଲୁଚାଇ ରଖିଥିଲେ। ସେଥିମଧ୍ୟରୁ ୧୬୦୦୦ ଟଙ୍କାର କିଛି ନୋଟ୍ ପୋଡି ଯାଇଥିଲା। ସେ କହିଛନ୍ତି ଯେ ଏହି ପୋଡା ନୋଟ ବଦଳାଇ ତାଙ୍କୁ ୭୧୫୦ ଟଙ୍କା ମିଳିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button