ଦେଶ ବିଦେଶ

ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ମାତ୍ର ୨ ପାଖୁଡ଼ା ରସୁଣ ବରଦାନ: ଜାଣନ୍ତୁ ସୁସ୍ଥ ଶରୀର ପାଇଁ କେତେ ଉପକାରୀ

ରସୁଣ (Garlic) ସ୍ବାସ୍ଥ୍ୟ ପକ୍ଷେ ଏକ ବରଦାନ କହିଲେ ଅତୃକ୍ତି ହେବ ନାହିଁ । କିନ୍ତୁ ଅଧିକାଂଶ ଲୋକେ ରସୁଣ ଖାଇବାକୁ ପସନ୍ଦ କରନ୍ତି ନାହିଁ । କାହିଁକିନ କଞ୍ଚା ରସୁଣ ଖାଇବା ଦ୍ବାରା ପାଟି ଦୁର୍ଗନ୍ଦ ହୋଇଥାଏ । ଏହି କାରଣରୁ ଲୋକେ ରସୁଣ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ରସୁଣର ସ୍ବାସ୍ଥ୍ୟ ଉପକାରିତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆଜିଠାରୁ ଖାଇବା ଆରମ୍ଭ କରିବେ । କଞ୍ଚା ରସୁଣରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟି-ଭାଇରାଲ୍ ଗୁଣ ଭରପୂର ମାତ୍ରାରେ ଥାଏ । ରସୁଣରେ ଭିଟାମିନ୍ ବି, ଭିଟାମିନ୍ ସି ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ମଧୁମେହ ଠାରୁ ଆରମ୍ଭ କରି ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ରସୁଣ ପୁରୁଷମାନଙ୍କର ଯୌନ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ । ତେବେ, ଆସନ୍ତୁ ଜାଣିବା ରସୁଣ ଖାଇବା ଦ୍ବାରା କ’ଣ ସବୁ ଫାଇଦା ମିଳିଥାଏ

ରସୁଣରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯେପରିକି ସେଲେନିୟମ୍,ମାଙ୍ଗାନିଜ୍ ଓ କ୍ୟାଲସିୟମ୍ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଗରମ ପାଣିରେ କଞ୍ଚା ରସୁଣ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ମଧୁମେହ ଭଳି ଏକ ରୋଗକୁ ମଧ୍ୟ ରସୁଣ ସେବନ ଦ୍ବାରା ନିୟନ୍ତ୍ରଣ କରାଯାଇପାରିବ । ଗରମ ପାଣିରେ ଦୁଇଟି ରସୁଣ କୋଲା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ମଧୁମେହରୁ ରକ୍ଷା କରିଥାଏ । ଗରମ ପାଣିରେ ରସୁଣ ଦୁଇ କୋଲା ଖାଇବା ଦ୍ବାରା ହାର୍ଟ ସୁସ୍ଥ ରହିଥାଏ ଏବଂ ଆପଣଙ୍କୁ ହାର୍ଟ ଆଟାର୍କରୁ ରକ୍ଷା ମିଳିଥାଏ । କେବଳ ସେତିକି ନୁହେଁ, ଏହା ରକ୍ତ ସଞ୍ଚାଳନକୁ ବଜାୟ ରଖିବାରେ ସାହାର୍ଯ୍ୟ କରେ ।

Russian hotties wanna date
Despicable Me 4 (2024)

ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ରସୁଣ ଏକ ବରଦାନ କହିଲେ ଅତୃକ୍ତି ହେବ ନାହିଁ । ମହୁ ସହିତ ରସୁଣ ଖାଇବା ଦ୍ବାରା ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ । ରସୁଣରେ ଆଲିସିନ୍ ନାମକ ଏକ ପଦାର୍ଥ ମିଳିଥାଏ, ଯାହା ପୁରୁଷଙ୍କ ପୁରୁଷ ହରମୋନ୍ ଠିକ୍ ରଖେ । ଏହା ବ୍ୟତୀତ ରସୁଣ ଖାଇବା ଦ୍ୱାରା ପୁରୁଷମାନଙ୍କ ଠାରେ ଇରେକ୍ଟାଇଲ୍ ଡିସଫଙ୍କସନ ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ । ରସୁଣରେ ବିପୁଳ ପରିମାଣର ଭିଟାମିନ୍ ଏବଂ ସେଲେନିୟମ୍ ମଧ୍ୟ ମିଳିଥାଏ । ଯେଉଁଥିପାଇଁ ପୁରୁଷ ଶୁକ୍ରାଣୁର ଗୁଣବତ୍ତା ବଢିଥାଏ । ରସୁଣରେ ଥିବା ଉପାଦାନଗୁଡ଼ିକ ରକ୍ତକୁ ପ୍ରାକୃତିକ ଉପାୟରେ ମିଶ୍ରିତ କରେ । ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ କଞ୍ଚା ରସୁଣ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

ରସୁଣ ମଧ୍ୟ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତିତ ରସୁଣରେ ଆଣ୍ଟିବାୟୋଟିକ୍, ଆଣ୍ଟି ଫଙ୍ଗଲ୍ ଉପାଦାନ ଭରପୂର ମାତ୍ରାରେ ଥିବାରୁ ଥଣ୍ତା ଓ ସର୍ଦ୍ଦି ଭଳି ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ସଂକ୍ରମଣରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୁଏ । ସକାଳେ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଥଣ୍ଡା ଏବଂ ଜ୍ବାରରୁ ମଧ୍ୟ ମୁକ୍ତି ମିଳିଥାଏ । ଉଷୁମ ପାଣିରେ ପ୍ରତିଦିନ ଦୁଇଟି ରସୁଣ ଖାଇଲେ ହଜମ ଭଲ ହୁଏ । ଶରୀରରେ ଭଲ ବ୍ୟାକ୍ଟେରିଆର ସ୍ତର ବଢିଥାଏ । ପେଟ ସମ୍ବନ୍ଧୀୟ ରୋଗ, ଡାଇରିଆ, ପେଟ କଷ୍ଟ, ଯନ୍ତ୍ରଣା, ଫୁଲିବା ଭଳି ରୋଗରୁ ମୁକ୍ତି ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button