ଜ୍ୟୋତିଷ

ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷର ସ୍ଥାନ କେଉଁଠି? ଭୁଲ୍ ସ୍ଥାନରେ ତୁଳସୀ ରହିଲେ କ’ଣ ଆସେ ସମସ୍ୟା?

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କୁ ଖୁବ ପବିତ୍ର କୁହାଯିବା ସହ ଏହା ଏକ ପୂଜନୀୟ ବୃକ୍ଷ । ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀଙ୍କୁ ପୂଜା କରାଯାଇଥାଏ । ଏହା ଦ୍ୱାରା ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଧନର ଅଭାବ ହୋଇନଥାଏ । ମା’ଲକ୍ଷ୍ମୀଙ୍କ କୃପା ରହିଥାଏ । ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ମିଳିଥାଏ । ବାସ୍ତୁ ଶାସ୍ତ୍ରରେ ଏହାକୁ ନେଇ କିଛି ବିଶେଷ ମହତ୍ତ୍ୱ ଓ ଉପାୟ ବର୍ଣ୍ଣନା କରାଯାଇଛି । ଆସନ୍ତୁ ସେ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବା….

ତୁଳସୀ ବୃକ୍ଷକୁ ଭାରତୀୟ ସଂସ୍କତି ପରମ୍ପରାରେ ମାଆ ଲକ୍ଷ୍ମୀ ଓ ନାରାୟଣଙ୍କର ପ୍ରତୀକ ରୂପେ ବିବେଚନା କରାଯାଇଛି । ତୁଳସୀ ହେଉଛି ମାନବଜାତି ପାଇଁ ଅମୃତ । ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷ ସଦାସର୍ବଦା ଘରର ଅଗଣାରେ ବୃନ୍ଦାବତୀଙ୍କ ମଥାରେ ଶୋଭାପାଇବା ଉଚିତ୍ ।

Casino With 300% Deposit Bonus
Find a girl! 100% Free website!

ତୁଳସୀ ବୃକ୍ଷ ଗୃହର ପୂର୍ବ ଭାଗରେ ଏ୍ୟୖଶାନ୍ୟ କୋଣରେ ସଂପନ୍ନ ବୃଦ୍ଧି କରାଇଥାଏ । ତୁଳସୀ ସଦାସର୍ବଦା ସ୍ବଂୟ ପରବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କର ଗଳାରେ ଶୋଭାପାଏ । ତୁଳସୀର ଅପମାନ କଲେ ମାରାତ୍ମକ ରୋଗରେ ପଡ଼ିବାର ସମ୍ଭାବନା ରହିଛି । ତୁଳସୀ କଫ, ଥଣ୍ଡା, ବାତ, ପିତର ନାଶକ ଅଟେ ।

ତୁଳସୀ ବୃକ୍ଷକୁ କିମ୍ବା ତା’ର ପତ୍ରକୁ କେବେବି ପାଦରେ ସ୍ପର୍ଶ କରିବେ ନାହିଁ । ତୁଳସୀ ବୃକ୍ଷର ସେବା ପୂଜା କଲେ ଅନେକ ଜନ୍ମର ପାପରୁ ମୁକ୍ତି ପାଇଥାଏ । ତୁଳସୀ ବୃକ୍ଷକୁ ଘରର ଅଳିଆ ଆର୍ବଜନା ମଳତ୍ୟାଗ କରୁଥିବା ସ୍ଥାନରେ ରୋପଣ କଲେ ସର୍ବନାଶ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button