ଓଡିଶା

ଗାଧୋଇବା ବେଳେ ସାନ୍ଦୁଲ ନଦୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

ଳାହାଣ୍ଡି ୧୫।୧୦: କଳାହାଣ୍ଡି ସାନ୍ଦୁଲ ନଦୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ । ଗାଧୋଇବା ପାଇଁ ଯାଇଥିବା ବେଳେ ସାନ୍ଦୁଲ ନଦୀରେ ବୁଡି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ହୋଇଛି l ମୃତ ଦୁଇ ଭଉଣୀ ହେଲେ ନର୍ଲା ଥାନା ବିଲାଟ ଗାଁର ୧୯ ବର୍ଷ ବୟସ୍କା ଯୁବତୀ ନେନା ଦୁର୍ଗା ଓ ୧୬ ବର୍ଷ ବୟସ୍କା ରିଙ୍କି ହରିଜନ l

ସୂଚନାଯୋଗ୍ୟ ଯେ, ପ୍ରତିଦିନ ଭଳି ମଙ୍ଗଳବାର ମଧ୍ୟ ସାନ୍ଦୁଲ ନଦୀକୁ ଗାଧୋଇବା ପାଇଁ ଦୁଇ ଭଉଣୀ ଯାଇଥିଲେ ।

ପ୍ରଥମେ ସାନ ଭଉଣୀ ରିଙ୍କି ହରିଜନ ପାଣିରେ ବୁଡି ଯାଉଥିଲା । ତାଙ୍କୁ ବଞ୍ଚାଇବା ପାଇଁ ବଡ଼ ଭଉଣୀ ନେନା ଦୁର୍ଗା ମଧ୍ୟ ପାଣିରେ ବୁଡି ଯାଇଥିଲେ l ପାଣିରେ ବୁଡି ଦୁହିଁଙ୍କ ଜୀବନ ଚାଲିଯାଇଥିଲା l ଖବର ପାଇବା ପରେ ଘଟଣାସ୍ଥଳରେ ଦମକଳବାହିନୀ ଓ ନର୍ଲା ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି l ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି l ମୃତକ ଦୁଇ ଜଣ ଗରିବ ପରିବାରର ହୋଇଥିବା ବେଳେ ତାଙ୍କ ବାପା-ମା’ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଛନ୍ତି । ଉଭୟେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିବା ଜଣା ପଡିଛି lସ୍ୱାମୀଙ୍କ ଦ୍ୱିତୀୟ ବିବାହ ବେଳେ ପହଞ୍ଚିଗଲେ ପ୍ରଥମ ପତ୍ନୀ, ରାସ୍ତା ଉପରେ ଧରିଲେ କଲର

Related Articles

Leave a Reply

Your email address will not be published. Required fields are marked *

Back to top button