ଅପରାଧ

ଦୁର୍ଗା ପୂଜା ଭସାଣିବେଳେ ଛୁରାମାଡ଼ ହୋଇଛି

ଛୁରାମାଡରେ ନାବାଳକର ମୃତ୍ୟୁ। ନବରଙ୍ଗପୁରରେ ଭାସାଣି ବେଳେ ଛୁରାମାଡ ହୋଇଛି। ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ନାବାଳକକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ତେବେ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଦୁର୍ଗା ପୂଜା ଭସାଣି ଚାଲିଥିଲା।

ଏହି ସମୟରେ କୌଣସି କଥାକୁ ନେଇ ସୌରାସାହି ଓ ବଡ଼ହରିଜନ ସାହି ପିଲାଙ୍କ ମଧ୍ୟରେ ବଚସା ହୋଇଥିଲା। ଧୀରେ ଧୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଛୁରା ମାଡ଼ ହୋଇଥିଲା।

ଏଥିରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଜଣେ ନାବାଳକର ମୃତ୍ୟୁ ଘଟିଥିଲା। ଟାଉନ୍ ଥାନା ପୁଲିସ୍ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button