ଦେଶ ବିଦେଶ

ପରିସ୍ରା କଣ୍ଟ୍ରୋଲ କରି ପାରୁ ନାହାଁନ୍ତି କି ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା

ପରିସ୍ରା ଦୁଇ ପ୍ରକାରର ହୋଇଥାଏ । କଣ୍ଟିନେନ୍ସ  ଏବଂ ଇନକଣ୍ଟିନେନ୍ସ । କଣ୍ଟିନେନ୍ସର ଅର୍ଥ ସାଧାରଣ ଭାବରେ ଯେମିତି ପରିସ୍ରା ହେଉଛି ସେମିତି ହେବା । ଇଣ୍ଟକଣ୍ଟିନେନ୍ସର ଅର୍ଥ ହୋଇଥାଏ ପରିସ୍ରା ଆପଣଙ୍କ ନିୟନ୍ତ୍ରଣରେ ରହିନଥାଏ । ଆପେ ଆପେ ତାହା ବୋହିଯାଏ । ଚାହିଁଲେ ମଧ୍ୟ ଆପଣ ରୋକିପାରନ୍ତି ନାହିଁ । ଯଦି ଆପଣ ନିଜ ପରିସ୍ରାକୁ କଣ୍ଟ୍ରୋଲ କରିପାରୁନାହାନ୍ତି ତେବେ ଏହାର କାରଣ କଣ ଅଟେ,

 

ଏବଂ ଏହାର ଚିକିତ୍ସା ପାଇଁ ଆପଣଙ୍କୁ କଣ ସବୁ କରିବା ଆବଶ୍ୟକ ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ଯଦି ଜଣେ ମହିଳା କାଶିବା ଏବଂ ଛିଙ୍କିବା ଦ୍ଵାରା ପରିସ୍ରା ବାହାରି ଆସେ ତେବେ ଏହାର କାରଣ ହୋଇଥାଏ ସେମାନଙ୍କ ପରିସ୍ରା ନଳୀ ବହୁତ ସାନ ହୋଇଥାଏ । ତାହା ମାତ୍ର 4 ସେଣ୍ଟିମିଟର ଅଟେ । ଏଠି ମଧ୍ୟରୁ ଦୁଇ ରୁ ଅଢେଇ ସେଣ୍ଟିମିଟର ମସଲ ଆଉ ବାକି ନଳୀ । ଯେତେବେଳେ ସେହି ମସଲ ଟି ଦୁର୍ବଳ ହୋଇଯାଏ ପରିସ୍ରା ବାରମ୍ବାର ଏବଂ ଆପେ ଆପେ ହେବାର ସମସ୍ୟା ଦେଖା ଦେଇଥାଏ ।

ବାରମ୍ବାର ପିଲା ଜନ୍ମ କରିବା ଦ୍ଵାରା ମସଲ ଦୁର୍ବଳ ହୁଏ କିମ୍ବା କୌଣସି ସର୍ଜରୀ ପାଇଁ ମଧ୍ୟ ସେହି ମସଲ ଦୁର୍ବଳ ହୋଇଥାଏ । ରେଡିଏସନ ଥେରାପିରେ ଲାଇଟ ପଡିବା ପରେ ମଧ୍ୟ ସେହି ଜାଗା ଦୁର୍ବଳ ହୋଇଯାଏ । ଯାହାଫଳରେ ପରିସ୍ରା ଆପେ ଆପେ ହୋଇଯାଏ । ଯଦି ଆପଣଙ୍କୁ ପରିସ୍ରା ଲାଗୁ ଲାଗୁ ପରିସ୍ରା ହେଇଯାଉଥାଏ ତେବେ ଏହା ଇନଫେସନ ପାଇଁ ହୋଇଥାଏ ବୋଲି କୁହାଯାଏ ।

 

ଏହି ପରିସ୍ରା ଜନିତ ସମସ୍ୟା କମ ବୟସରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କୁ ମଧ୍ୟ ହୋଇଥାଏ । ଯୁବ ଅବସ୍ତାରେ ଏଭଳି ସେତେବେଳେ ଦେଖାଯାଏ ଯଦି ଆପଣ ଅଧିକ ଚକୋଲେଟ ଏବଂ ଅଧିକ ନିଶା ସେବନ କରନ୍ତି । ବୟସ୍କ ମହିଳାଙ୍କ ପାଖରେ ସେତେବେଳେ ଦେଖା ଯାଇଥାଏ ଯେତେବେଳେ ସେମାନେ ବାରମ୍ବାର ପିଲା ଜନ୍ମ କରିଥାନ୍ତି ।

ଏହାକୁ ନିୟନ୍ତ୍ରଣ କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ନିଜର ଜୀବନଶୈଳୀ ବଦଳାଇବା ପାଇଁ ପଡିବ । ଏହାର ନିରାକରଣ ପାଇଁ ଆପଣ ଅଧିକ ଚକୋଲେଟ ଖାଇବା ଏବଂ କଫି ପିଇବା, ଚାହା, ନିଶା ସେବନ ଏବଂ ଧୂମ୍ରାପାନ ଇତ୍ୟାଦି ଠାରୁ ଦୂରେଇ ରହିବା ଆବଶ୍ୟକ । ଆପଣଙ୍କୁ ସ୍ପାଇଶି ଖାଦ୍ୟ, ଆମିଷ ଇତ୍ୟାଦି ଖାଇବାକୁ କମାଇବା ପାଇଁ ପଡିବ ।

 

ଏଥିପାଇଁ ଆପଣଙ୍କୁ କିଗେଲ ଏକ୍ସରସାଇଜ କରିବାକୁ ପଡିବ । ଏହି ଏକ୍ସରସାଇଜ କରିବା ପାଇଁ ଆପଣଙ୍କୁ ଦୁଇ ଗୋଡ ଚାପି ଦେଇ ରହିବା ଦରକାର । ପରିସ୍ରା ଲାଗିବା ସମୟରେ ଦୁଇ ଗୋଡ ମଝିରେ ତକିଆ ଚାପି ଜୋରେ ରହିବାକୁ ପଡିବ ।

Related Articles

Leave a Reply

Your email address will not be published. Required fields are marked *

Back to top button