ଦେଶ ବିଦେଶ

ନଦୀରେ ଓଲଟି ପଡିଲା ଟ୍ରାକ୍ଟର : ୮ ମୃତ – bajravana

[ad_1]

ନୂଆଦିଲ୍ଲୀ, ୨୪/୦୮ : ଉତ୍ତର ପ୍ରଦେଶରେ ଏକ ବଡ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର ଡାଲାରେ ଭକ୍ତମାନେ ଫେରୁଥିବାବେଳେ ଡାଲାଟି ନଦୀରେ ଓଲଟି ପଡିଛି । ଫଳରେ ୨ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ନିଖୋଜ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସହାରନପୁର ଅଞ୍ଚଳର ବୋନ୍ଦକୀ ଗ୍ରାମରେ ଏକ ଧାର୍ମିକ କାର୍ଯ୍ୟ ସାରି ୪୫ରୁ ଅଧିକ ଲୋକ ଏକ ଟ୍ରାକ୍ଟର ଡାଲାରେ ବସି ଫେରୁଥିଲେ । ଏହି ସମୟରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ ଯାହାଫଳରେ ଟ୍ରାକ୍ଟରର ଟ୍ରଲି ଢେମାଳ ନଦୀରେ ଖସି ପଡିଥିଲା । ନଦୀରେ ଭରପୂର ପାଣି ଥିବାରୁ ଲୋକମାନେ ଭାସି ଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣାରେ ୨ ମହିଳା, ୨ ଶିଶୁଙ୍କ ସମେତ ୮ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅନେକ ଶ୍ରଦ୍ଧାଳୁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button