ଦେଶ ବିଦେଶ

ଫଙ୍ଗାଲ ଇନ୍‌ଫେକ୍ସନ୍‌ (Fungal Infection) ରୁ କେମିତି ପାଇବେ ମୁକ୍ତି ? ଶୁଣନ୍ତୁ

, ଇନଫେକ୍ସନ ଭିନ୍ନ ପ୍ରକାରର ଥାଏ । ଯେମିତି କି ବ୍ୟକ୍ଟେରିଆଲ, ଭାଇରାଲ ସେହିଭଳି ଫଙ୍ଗାଲ ମଧ୍ୟ ଏକ ଇନଫେକ୍ସନ ଅଟେ । ଏହି ଫଙ୍ଗାଲ ଇନଫେକସନ ମୁଖ୍ୟତଃ ଚର୍ମରେ ଦେଖା ଦେଇଥାଏ । ଏହା ଯେକୌଣସି ବୟସର ପିଲା ଏବଂ ଲୋକଙ୍କୁ ମଧ୍ୟ ହୋଇଥାଏ । ତେବେ ଯଦି ଆପଣଙ୍କ ଠାରେ ଏହି ଫଙ୍ଗାଲ ଇନଫେକସନ ଜନିତ ସମସ୍ୟା ଦେଖିବା ପାଇଁ ମିଳୁଛି ତେବେ ଆପଣ ଏହାକୁ କିଭଳି ଭାବରେ ଦୂର କରିବେ ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।

 

ଆମ ଚର୍ମରେ କେରାଟିନ ନାମକ ଏକ ପ୍ରୋଟିନ ରହିଥାଏ । ଏହି କେରାଟିନ ଯେଉଁ ଜାଗାରେ ସବୁ ରହିଥାଏ ସେହି ଜାଗାରେ ଆପଣଙ୍କର ଫଙ୍ଗାଲ ଇନଫେକସନ ଦେଖା ଦେଇଥାଏ । ସମ୍ପୂର୍ଣ ଶରୀର ଏଥିରେ ଆକ୍ରାନ୍ତ ହେବା ସହ ନଖରେ ଅଧିକ ମାତ୍ରାରେ ହୋଇଥାଏ । ଏବଂ ଚୁଟିରେ ମଧ୍ୟ ଦେଖା ଦିଏ ଏହି ଇନଫେକସନ ।

ଫଙ୍ଗାଲ ଇନଫେକସନ ଜଣଙ୍କୁ ହେଲେ ତାଙ୍କ ନିକଟରେ ଚଳୁଥିବା ଲୋକଙ୍କୁ ମଧ୍ୟ ତାହା ହୋଇଥାଏ । ତେଣୁ ଏହା ବ୍ୟାପିଥାଏ । ବର୍ତ୍ତମାନ ସମୟରେ ଜଳବାୟୁ ବଦଳିବା ଏହି ଇନଫେକସନର ମୁଖ୍ୟ କାରଣ ଅଟେ । ଅଧିକ ଝାଳ ବାହାରିଲେ ଫଙ୍ଗାଲ ଇନଫେକସନ ହୋଇଥାଏ । ଶୀତ ଦିନରେ ଯେଉଁମାନେ ଥଣ୍ଡାରେ ଅଧିକ ଗାଧୋଇ ଥାନ୍ତି ସେମାନଙ୍କୁ ମଧ୍ୟ ଫଙ୍ଗାଲ ଇନଫେକସନ ହୋଇଥାଏ ।

 

ଏହା ହେବା ପରେ ଆପଣଙ୍କ ଚର୍ମ କୁଣ୍ଡାଇ ହୋଇଥାଏ ଏବଂ ନାଲି ପଡିଯାଇଥାଏ । ସାଧାରଣ ଭାବରେ ଯାଦୁ କୁ ହିଁ ଫଙ୍ଗାଲ ଇନଫେକସନ କୁହାଯାଏ । ନଖରେ ହେବା ଦ୍ଵାରା ନଖ ଭିତର ଖୋଳ ହେବା ସହ ତାହା ସହଜରେ ଭାଙ୍ଗିଯାଏ ଏବଂ ନଖ ଚାରିପଟ ଲାଲ ହୋଇ ଫୁଲିଯିବାର ଆପଣ ଦେଖିବେ । ଚୁଟିରେ ଫଙ୍ଗାଲ ଇନଫେକସନ ହେବା ଦ୍ଵାରା ଗୋଟିଏ ଗୋଟିଏ ଜଗାରୁ ହିଁ ବହୁତ ଅଧିକ ଚୁଟି ଉପୁଡି ଯାଇଥାଏ ।

ଏହାର ଚିକିତ୍ସା ପାଇଁ ଆପଣ ପ୍ରତ୍ୟକ ଦିନ ଗାଧୋଇବା ଆବଶ୍ୟକ । ଅଧିକ ଝାଳ ବାହାରିବାରୁ ନିଜକୁ ଦୂରେଇ ରଖିବା । ବହୁତ ଅଧିକ ଟାଇଟ ହେଉଥିବା ଡ୍ରେସ କିମ୍ବା ଗ୍ଲୋବ, ମୋଜା ପିନ୍ଧିବା ଅନୁଚିତ । ଅତ୍ୟଧିକ ଗରମ ଜାଗାରେ ରହିବେ ନାହିଁ ଅଧିକ ସମୟ । ଯଦି ଆପଣଙ୍କୁ ଫଙ୍ଗାଲ ଇନଫେକସନ ହୋଇଛି ତେବେ ନିଜର ଟାଉଏଲ କିମ୍ବା ଆପଣ ପିନ୍ଧୁଥିବା ଜିନିଷ ଆଉ କାହା ସହ ବାଣ୍ଟିବା ଉଚିତ ନୁହେଁ ।କିମ୍ବା ଅନ୍ୟ କାହାର ଜିନିଷକୁ ଆଣି ବାରମ୍ବାର ପିନ୍ଧିବା ମଧ୍ୟ ଉଚିତ ନୁହେଁ ।

 

ନିଜ ଶରୀରରେ ଜିଙ୍କର ମାତ୍ରା ବଢାଇବା ପାଇଁ ଆପଣ ପନିପରିବା ଏବଂ ଫଳମୂଳ ଖାଇବା ଆବଶ୍ୟକ । କାରଣ ଏହା ଇମ୍ୟୁନିଟି ବଢାଇଥାଏ । ଆଉ ଇମ୍ୟୁନିଟି ବଢିବା ଦ୍ଵାରା ଏହି ଇନଫେକସନ ହେବାର ପ୍ରଭାବ କମିଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button