ଦେଶ ବିଦେଶ

ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଦୁର୍ଘଟଣା : ୧୩ ମୃତ – bajravana

[ad_1]

ନୂଆଦିଲ୍ଲୀ, ୦୩/୬ : ମଧ୍ୟପ୍ରଦେଶ ରାଜଗଡ଼ରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବରଯାତ୍ରୀରେ ଏକ ଟ୍ରାକ୍ଟର ଯାଉଥିବା ବେଳେ ସେଥିରେ ପାଖାପାଖି ୩୦ ରୁ ୪୦ ଲୋକ ଥିଲେ। ଟ୍ରାକ୍ଟରଟି ଯାଉଥିବା ବେଳେ ହଠାତ୍‌ ରାଜଗଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସମସ୍ତ ମୃତାହତ ରାଜସ୍ଥାନ ମୋତିପୁରା ଗାଁର ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ୪ଟି ଛୁଆ ବି ଅଛନ୍ତି। ୧୫ ଜଣରୁ ଅଧିକ ବରଯାତ୍ରୀ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଳରେ ଭର୍ତ୍ତି କରାଯାଇଛି। ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛଦ ନିମନ୍ତେ ପଠାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button