news

ଶେଷ ମ୍ୟାଚ୍ ରେ ସାଉଥ ଆଫ୍ରିକାକୁ ହରାଇ ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ:  ତୃତୀୟ ଦିନିକିଆ ମ୍ୟାଚ୍ ରେ ସାଉଥ ଆଫ୍ରିକାକୁ ପରାସ୍ତ କରିଛି  ଭାରତ । ଶେଷ ମ୍ୟାଚ୍ ଜିତି ସିରିଜ ଜିତିଛି ଟିମ ଇଣ୍ଡିଆ । ଆଜି ଖେଳାଯାଇଥିବା ମ୍ୟାଚରେ  ୭ ଓ୍ବିକେଟରେ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରିଥିବା ସାଉଥ ଆଫ୍ରିକା ଆଜି ଶହେ ରନ ମଧ୍ୟ କରିପାରିନଥିଲା ।  ୨୭.୧ ଓଭରରେ ୯୯ ରନରେ ଅଲାଉଟ୍ ହୋଇଯାଇଥିଲା ସାଉଥ ଆଫ୍ରିକା ଦଳ । ଭାରତ ପାଇଁ ସର୍ବାଧିକ ୪  ୱିକେଟ୍ କୁଲଦୀପ ଯାଦବ ନେଇଥିଲେ ।  ସେହିପରି ଶାହବାଜ ଅହମ୍ମଦ, ମହମ୍ମଦ ସିରାଜ ଏବଂ ୱାଶିଂଟନ୍ ସୁନ୍ଦର ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

କୁଳଦୀପ ଯାଦବ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ । ମହମ୍ମଦ ସିରାଜ ପ୍ଲେୟାର ଅଫ ଦି ସିରିଜ ପୁରସ୍କାର ହାସଲ କରିଥିଲେ ।

ଦକ୍ଷିଣ ଆଫ୍ରିକା ପାଇଁ ହେନ୍‌ରିଚ୍‌ କ୍ଲାସେଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୪ ରନ୍‌ ସଂଗ୍ରହ କରିଥିଲେ। ସେ ୪୨ଟି ବଲ୍‌ ଖେଳି ୪ଟି ଚୌକା ମାରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ଜନେମ୍ୟାନ୍‌ ମଲାନ ୧୫ ରନ୍‌ ସଂଗ୍ରହ କରିଥିଲା ବେଳେ ମାର୍କୋ ଜନ୍‌ସେନ୍‌ ୧୪ ରନ୍‌ ଯୋଡ଼ିଥିଲେ। ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ଭାରତ ଆଗରେ ୧୦୦ରନର ବିଜୟ ଲକ୍ଷ୍ୟ ରହିଥିଲା । ୧୯.୧ ଓଭରରେ  ୩ଟି ୱିକେଟ୍ ହରାଇ ୧୦୫ ରନ୍ କରି ଲକ୍ଷ୍ୟକୁ ହାସଲ କରି ସିରିଜ କବଜା କରିଥିଲା ଭାରତ ।

୧୦୦ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳର  ଅଧିନାୟକ ଶିଖର ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଶୁଭମନ୍ ଚମତ୍କାର ପ୍ରଦର୍ଶନ କରି  ୫୭ ବଲ୍ ଖେଳି ୪୯ରନର ଏକ ବଡ଼ ପାରି ଖେଳିଥିଲେ ।  ଶ୍ରେୟସ ଆୟର ୨୮ରନ ବିଜୟୀ ପାରି ଖେଳିଥିଲେ ।  ସଞ୍ଜୁ ସାମସନ ବ୍ୟକ୍ତିଗତ ୨ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଙ୍ଗଡି ଏବଂ ଜର୍ନ ଫର୍ଟୁଇନ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ ।

ଭାରତ ବିରୋଧରେ ଦକ୍ଷିଣ ଆଫ୍ରିକାର ଏହା ସବୁଠୁ କମ୍ ସ୍କୋର ଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button