ମନୋରଞ୍ଜନ

ଦୀପନ୍ବିତଙ୍କ ବିପକ୍ଷରେ ପ୍ରକୃତି – bajravana

[ad_1]

ବେଶ୍ କିଛି ଦିନର ବ୍ୟବଧାନରେ ଓଲିଉଡ୍‌ ନାୟିକା ପ୍ରକୃତି ମିଶ୍ର ଏକ ନୂଆ ଓଡ଼ିଆ ସିନେମା ‘କୁହୁଡ଼ି’ରେ ଅଭିନୟ କରୁଛନ୍ତି। ଏହି ସିନେମାରେ ପ୍ରଥମ ଥର ପାଇଁ ‘ଦମନ’, ‘ପ୍ରତୀକ୍ଷା’ ଓ ‘ଶାନ୍ତି ଆପାର୍ଟମେଣ୍ଟ୍’ ଭଳି ଚଳଚ୍ଚିତ୍ରରେ ପ୍ରଭାବଶାଳୀ ଅଭିନୟ କରିଥିବା ଅଭିନେତା ଦୀପନ୍ବିତ ଦାସମହାପାତ୍ରଙ୍କ ବିପକ୍ଷରେ ପ୍ରକୃତିଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ‘କୁହୁଡ଼ି’ରେ ଦୀପନ୍ବିତ ଓ ପ୍ରକୃତି ପତିପତ୍ନୀ ଭୂମିକାରେ ଅଛନ୍ତି। ଦାମ୍ପତ୍ୟ କଳହରେ ସନ୍ତାନର କିଭଳି ଦୁରବସ୍ଥା ହୁଏ, ତାହା ସିନେମାର କାହାଣୀରେ ଦର୍ଶାଯାଇଛି। ଦୀପନ୍ବିତ ଦାସମହାପାତ୍ର, ପ୍ରକୃତି ମିଶ୍ରଙ୍କ ବ୍ୟତୀତ ‘କୁହୁଡ଼ି’ରେ ଅନୁଭବ, ସୁପ୍ରିୟା, କୁନା ତ୍ରିପାଠୀ, ଚୌଧୁରୀ ଜୟପ୍ରକାଶ ଦାସ ଓ ସୁକୁମାର ଟୁଡୁ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ। ହିମାଦ୍ରି ତନୟ ଦାସ ଫିଲ୍ମର ପ୍ରଯୋଜନା କରିଥିବା ‌ବେଳେ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ମାନସ ପଢ଼ିଆରୀ ଓ ଅମିତ କୁମାର ଦାସ। ଅନୀଲ ଅତି ଚିତ୍ରୋତ୍ତୋଳନ କରିଥିବା ବେଳେ ସୋମେଶ ଶତପଥୀ ସଂଗୀତ ଦାୟିତ୍ବ ସମ୍ଭାଳିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button