ମନୋରଞ୍ଜନ

ଜ୍ୟାକିଙ୍କଠାରୁ ଧନୀ ରାକୁଲ ! ଜାଣନ୍ତୁ କିଏ କେତେ କୋଟିର ମାଲିକ – bajravana

[ad_1]

ମୁମ୍ବାଇ: ବୁଧବାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଅଭିନେତ୍ରୀ ରାକୁଲ୍ ପ୍ରୀତ ସିଂହ-ବଲିଉଡର ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀ। ଗୋଆରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଥିଲା। ଉଭୟ ଦକ୍ଷିଣ ଗୋଆରେ ଥିବା ଆଇଟିସି ଗ୍ରାଣ୍ଡରେ ବିବାହ କରିଥିବା ବେଳେ ଦମ୍ପତିଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନେ ବିବାହରେ ଯୋଗ ଦେଇଥିଲେ। ଏହି ବିବାହରେ ବଲିଉଡ କଳାକାର ଶିଳ୍ପା ସେଟ୍ଟୀ, ଆୟୁଷ୍ମାନ ଖୁରାନା, ଅର୍ଜୁନ କପୁର, ଡେଭିଡ ଧୱନ ଉପସ୍ଥିତ ଥିବା ଦେଖାଯାଇଥିଲା।

ତେବେ ଜ୍ୟାକି ଅଭିନେତାରୁ ପ୍ରଯୋଜକ ହୋଇଥିବା ବେଳେ ରାକୁଲ ଅଭିନେତ୍ରୀ ଭାବେ କାମ ଜାରି ରଖିଛନ୍ତି। ଯଦି ଆମେ ଦୁହିଁଙ୍କ ମୋଟ ସମ୍ପତ୍ତିକୁ ଦେଖିବା ତେବେ ଦୁହେଁ କୋଟିପତି। ତେବେ ଆପଣ ଜାଣନ୍ତି କି, ରାକୁଲ ଓ ଜ୍ୟାକିଙ୍କ ମଧ୍ୟରୁ କିଏ କେତେ କୋଟିର ମାଲିକ। ଜାତୀୟ ଗଣମାଧ୍ୟମ ମୁତାବକ, ରାକୁଲ ପ୍ରୀତ୍ ସିଂହ ଜ୍ୟାକିଙ୍କଠାରୁ ଧନୀ। ରାକୁଲଙ୍କ ମୋଟ ସମ୍ପତ୍ତି ୪୯କୋଟି ଟଙ୍କା ହୋଇଥିବା ବେଳେ ଜ୍ୟାକି ୪୧କୋଟି ଟଙ୍କାର ମାଲିକ ଅଟନ୍ତି।

ଦୁହେଁ ଫିଲ୍ମ ବ୍ୟତୀତ ବିଜ୍ଞାପନ ଓ ସୋସିଆଲ ମିଡିଆରେ ପୋଷ୍ଟ କରି ଟଙ୍କା ଆୟ କରନ୍ତି।  ଏହା ସହ ବିଭିନ୍ନ ବ୍ୟବସାୟରେ ନିବେଶ କରି ମଧ୍ୟ ଦୁହେଁ ଟଙ୍କ‌ା ଆୟ କରିଥିବା ଜଣାପଡ଼ିଛି।

ତେବେ ଦୀର୍ଘ ବର୍ଷ ହେବ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ଡେଟ୍ କରୁଥିବା ବେଳେ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପ୍ରେମୀଯୁଗଳ ବିଦେଶରେ ବିବାହ କରିବେ ବୋଲି ଆଗରୁ ଶୁଣାଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button