ଅପରାଧ

ସିସୋର୍ ଚିଟ୍‌ଫଣ୍ଡ ମାମଲା: କଡ଼ ଲେଉଟିଲା – bajravana

[ad_1]

ପ୍ରଭାତ ଓ ପତ୍ନୀଙ୍କ ବିରୋଧରେ ଚାର୍ଜଫ୍ରେମ୍

ଭୁବନେଶ୍ବର: ରାଜ୍ୟର ବହୁଚର୍ଚ୍ଚିତ ପ୍ରାୟ ୫ ଶହ କୋଟି ଟଙ୍କାର ସିସୋର୍ ଚିଟଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ ଚାର୍ଜଫ୍ରେମ୍ କରିଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୋଧରେ ଆଜି ସ୍ବତନ୍ତ୍ର ସିବିଆଇ କୋର୍ଟ-୧ରେ ଚାର୍ଜଫ୍ରେମ୍ ହୋଇଛି। ଆଇପିସି ଦଫା-୧୨୦(ବି), ୪୨୦, ୪୬୭, ୪୬୮, ୪୭୧ରେ ଚାର୍ଜଫ୍ରେମ୍ କରାଯାଇଛି। ପ୍ରଭାତ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ଆଜି ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଥିଲେ। ଉଭୟଙ୍କ ବିରୋଧରେ ଥିବା ଅପରାଧ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। ତେବେ ମାମଲାର ଶୁଣାଣି କରିବା ପାଇଁ କହିଥିଲେ ଦୁଇ ଅଭିଯୁକ୍ତ ପ୍ରଭାତ ଓ ତାଙ୍କ ପତ୍ନୀ।

ଠକେଇ, ଜାଲିଆତି, ଷଡ଼୍‌ଯନ୍ତ୍ର ଦଫା
୯ ବର୍ଷ ପରେ ସିବିଆଇ କୋର୍ଟରେ ଶୁଣାଣି ଆରମ୍ଭ

ମିଳିଥିବା ସୂଚନା ଅନୁସାରେ, ସିସୋର୍ କମ୍ପାନିରୁ ପ୍ରଭାତ ଓ ପତ୍ନୀ ଲକ୍ଷ୍ମୀବିଳାସିନୀ ଆର୍ଥିକ ଅନୁକମ୍ପା ପାଇଥିବା ନେଇ ଅଭିଯୋଗ ରହିଥିଲା। ସିସୋର କମ୍ପାନି ମୁଖ୍ୟ ପ୍ରଶାନ୍ତ ଦାଶ ଗିରଫ ହେବା ପରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଚୁକ୍ତିନାମା ଜବତ କରିଥିଲା ସିବିଆଇ। ପ୍ରଭାତ କଟକ-ଚୌଦ୍ବାର ବିଧାୟକ ଥିବା ସମୟରେ ତାଙ୍କ ସରକାରୀ ବାସଭବନରେ ଚଢ଼ଉ କରିଥିଲେ ତଦନ୍ତକାରୀ ଟିମ୍। ପ୍ରଭାତ ଓ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିବା ସହ ଆଉ କିଛି ଆବଶ୍ୟକ କାଗଜପତ୍ର ଜବତ ହୋଇଥିଲା। ପ୍ରମାଣ ଏକାଠି କରିବା ପରେ ୨୦୧୭ ସେପ୍ଟେମ୍ବର ୧୯ରେ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ। ପ୍ରାୟ ୯ ମାସ ପରେ ଜାମିନ ପାଇ ଜେଲରୁ ମୁକୁଳିଥିଲେ ପ୍ରଭାତ। ଅଭିଯୋଗ ଥିଲା ଯାଜପୁରରେ ସିସୋର୍ ଏମଡି ପ୍ରଶାନ୍ତ ଦାଶ ଏକ ଜମି କିଣିବାକୁ ଚାହିଁଥିଲେ। ସେହି ଜମିର ମାଲିକାନା ଲକ୍ଷ୍ମୀବିଳାସିନୀଙ୍କ ନାଁରେ ରହିଥିଲା। ଜମି କିଣାବିକା ନେଇ ୨୫ ଲକ୍ଷ ଟଙ୍କାରେ ଚୂଡ଼ାନ୍ତ ହୋଇଥିଲା। ଏଥିପାଇଁ ପ୍ରଭାତ ଓ ଲକ୍ଷ୍ମୀବିଳାସିନୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ପ୍ରସ୍ତୁତ ହୋଇଥିଲା। ପ୍ରଶାନ୍ତଙ୍କ ଆକାଉଣ୍ଟରୁ ଲକ୍ଷ୍ମୀବିଳାସିନୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହୋଇଥିଲା। ଲକ୍ଷ୍ମୀବିଳାସିନୀଙ୍କ ଆକାଉଣ୍ଟରୁ ପ୍ରଭାତଙ୍କ ଆକାଉଣ୍ଟକୁ ୯ ଲକ୍ଷ ଟଙ୍କା ଟ୍ରାନ୍ସଫର୍ ହୋଇଥିଲା। ପରବର୍ତ୍ତୀ ସମୟରେ ଜମି କିଣାବିକା ହୋଇ ନ ଥିଲା। ପ୍ରଶାନ୍ତ ଦାଶ ୯ ଲକ୍ଷ ଟଙ୍କା ଫେରସ୍ତ ପାଇ ପାରି ନ ଥିଲେ। ସିବିଆଇ ଏହି ତଥ୍ୟ ପାଇବା ପରେ ପ୍ରଭାତ ବିଶ୍ବାଳଙ୍କୁ ଗିରଫ କରିଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୪୪ଟି ଚିଟଫଣ୍ଡ ମାମଲାର ତଦନ୍ତ କରିବା ଲାଗି ୨୦୧୪ରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ଏହି ମାମଲାର ତଦନ୍ତଭାର ନେଇଥିଲା। ସିସୋର୍ କମ୍ପାନିରେ ବହୁ ବଡ଼ବଡ଼ିଆ, ପ୍ରଭାବଶାଳୀଙ୍କ ସମ୍ପୃକ୍ତି ରହିଛି। ଏହି ମାମଲାରେ ମଧ୍ୟସ୍ଥ ଶୁଭଙ୍କର ନାୟକ, ପୂର୍ବତନ ଆଇଏଏସ୍ ଅଫିସର ପ୍ରଦୀପ କୁମାର ହୋତା ଗିରଫ ହୋଇଥିଲେ। ସେହିପରି ଶୁଭଙ୍କର ଘରୁ ଜବତ ହୋଇଥିବା ନାଲି ଡାଏରି ଅନେକ ଆଇଏଏସ୍, ନେତା, ଆଇପିଏସ୍ ଅଫିସରଙ୍କ ନିଦ ହଜାଇ ଦେଇଥିଲା। ଆଇଏଏସ୍, ଆଇପିଏସ୍ ମଧ୍ୟ ଏହି ମାମଲାରେ ଜେରା ହୋଇଛନ୍ତି। ତଦନ୍ତ ଜାରି ରହିଥିବାରୁ ଆଗକୁ ମଧ୍ୟ ଆହୁରି କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଅନୁମାନ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button