ଓଡିଶା

ସମାଜ ବିଜ୍ଞାନରେ ସମସାମୟିକ ଗବେଷଣା ପଦ୍ଧତି ଉପରେ ଜାତୀୟ ସେମିନାର ଉଦ୍‌ଯାପିତ – bajravana

[ad_1]

ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଦୁଇଦିନିଆ କାର୍ଯ୍ୟକ୍ରମର ଆୟୋଜନ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ‘ସମାଜ ବିଜ୍ଞାନରେ ସମସାମୟିକ ଗବେଷଣା ପଦ୍ଧତି’ ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ୨୨ ମାର୍ଚ୍ଚ ୨୦୨୪ରେ ଉଦ୍‌ଯାପନୀ ଅଧିବେଶନ ଓ ଅଂଶଗ୍ରହଣକାରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହ ବିଶ୍ୱବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଯୋଗ ଦେଇ ଉଦଯାପନୀ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ମୀନକେତନ ବେହେରା ଓ ଅର୍ଥନୀତି ବିଭାଗର ମୁଖ୍ୟ ତଥା ସେମିନାରର ଆବାହକ ଡ. ମିନତି ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

୨ ଦିନିଆ ଜାତୀୟ ଆଲୋଚନାଚକ୍ରର ରିପୋର୍ଟ ପାଠ କରି ଡ. ମିନତୀ ସାହୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସମାଜ ବିଜ୍ଞାନ ଗବେଷଣାର ବିଭିନ୍ନ ଦିଗ ଉପରେ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା ଓ ପ୍ରଫେସର ମିନାକେତନ ବେହେରାଙ୍କ ୪ଟି ସ୍ବତନ୍ତ୍ର ନିମନ୍ତ୍ରିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଦୁଇ ଦିନ ମଧ୍ୟରେ ସେମିନାରରେ ୩୧ଟି ପେପର ଉପସ୍ଥାପନ କରାଯାଇଥିବା ଡାକ୍ତର ସାହୁ ସୂଚନା ଦେଇଛନ୍ତି। ଅଧ୍ୟାପକ, ଗବେଷକ ଓ ପିଜି ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି ପେପର ଉପସ୍ଥାପିତ ହୋଇଥିଲା, ଯାହାକୁ ପରବର୍ତ୍ତୀ ସମୟରେ ସେମିନାର୍ ପ୍ରୋକିଡିଙ୍ଗ ଭାବେ ପ୍ରକାଶ କରାଯିବ।

ପ୍ରଫେସର ଚକ୍ରଧର ତ୍ରିପାଠୀ ବିଶେଷଜ୍ଞମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ କୋରାପୁଟ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଗସ୍ତ କରି ସେମାନଙ୍କ ଅଭିଜ୍ଞତା ଓ ଜ୍ଞାନ ବିତରଣ ପାଇଁ ଧନ୍ୟବାଦ ଦେଇଥିଲେ। ଦେଶର ଅର୍ଥନୀତିକୁ କିପରି ବିକଶିତ କରାଯାଇପାରିବ ସେ ନେଇ ଗବେଷଣା କରିବା ଅର୍ଥନୀତି ବିଭାଗର ଭୂମିକା ହୋଇଥିବାରୁ ସମାଜ ବିଜ୍ଞାନରେ ଗବେଷଣା ପଦ୍ଧତି ଉପରେ ବିଚାର ବିମର୍ଶ କରାଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ତ୍ରିପାଠୀ କୌଟିଲ୍ୟ ଓ ଅର୍ଥଶାସ୍ତ୍ରର ସମସାମୟିକ ପ୍ରାସଙ୍ଗିକତା ବିଷୟରେ ମଧ୍ୟ ପ୍ରାସଙ୍ଗିକ ଭାବେ ଉଲ୍ଲେଖ କରିଥିଲେ। ପ୍ରଫେସର ତ୍ରିପାଠୀ ସାମାଜିକ ବିଜ୍ଞାନରେ ଆନ୍ତଃବିଭାଗୀୟ ଓ ସହଯୋଗୀ ଗବେଷଣାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା ତାଙ୍କ ଅଭିଭାଷଣରେ କୋରାପୁଟର ସାମାଜିକ-ଅର୍ଥନୈତିକ ପ୍ରୋଫାଇଲ୍ ର ବିବିଧତା ହେତୁ ସାମାଜିକ ବିଜ୍ଞାନ ଗବେଷଣାର ଏକ ପରୀକ୍ଷାଗାର ବୋଲି ବର୍ଣ୍ଣନା କରିଥିଲେ। ସେ ଗବେଷଣାର ବିଭିନ୍ନ ନୈତିକ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନୈତିକ ଅଭ୍ୟାସର ପରିଣାମ ବିଷୟରେ ଗବେଷକମାନଙ୍କୁ ସଚେତ କରାଇଥିଲେ । ପ୍ରାଥମିକ ତଥ୍ୟ ସଂଗ୍ରହ ଓ ତଥ୍ୟ ବିଶ୍ଳେଷଣ ପାଇଁ ଆଧୁନିକ ସଫ୍ଟୱେରର ବ୍ୟବହାର ଉପରେ ପ୍ରଫେସର ବେହେରା ଗୁରୁତ୍ୱାରୋପ କରିଥିଲେ। ଅର୍ଥନୀତି ବିଭାଗର ପ୍ରୟାସ ବିଶେଷ କରି ଆବାହକ ଡ. ମିନତି ସାହୁଙ୍କ ଏକ ଫଳପ୍ରଦ ଆଲୋଚନାଚକ୍ର ଆୟୋଜନ ପାଇଁ ଉଭୟ ବିଶେଷଜ୍ଞ ପ୍ରଶଂସା କରିଥିଲେ।

ଏହି ଅବସରରେ ଅର୍ଥନୀତି ବିଭାଗର ତିନି ଜଣ ଅଧ୍ୟାପକ ଡ. ମିନତୀ ସାହୁ, ଡ. ପ୍ରଶାନ୍ତ କୁମାର ବେହେରା ଓ ବିଶ୍ୱଜିତ ଭୋଇ ଙ୍କ ଦ୍ଵାରା ସମ୍ପାଦିତ ‘ନିରନ୍ତର ପରିବେଶ ଓ କୃଷି: ଏକ ଭାରତୀୟ ପରିପ୍ରେକ୍ଷୀ’ ଶୀର୍ଷକ ଏକ ସମ୍ପାଦିତ ପୁସ୍ତକ ବିଶ୍ବବିଦ୍ୟାଳର କୁଳପତି ଓ ଅତିଥିମାନେ ଉନ୍ମୋଚନ କରିଥିଲେ। ସହକାରୀ ପ୍ରଫେସର ଡ. ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିବା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ଆଲୋଚନାଚକ୍ରରେ ଅଧ୍ୟାପକ, ଅଧିକାରୀ, କର୍ମଚାରୀ, ଗବେଷକ ଓ ସିୟୁଓର ଛାତ୍ରଛାତ୍ରୀମାନେ ବ୍ୟାପକ ଅଂଶଗ୍ରହଣ କରିଥିଲେ ବୋଲି ବିଶ୍ବବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button