ଅପରାଧ

କୁଖ୍ୟାତ ଗ୍ୟାଙ୍ଗଷ୍ଟର ପ୍ରସାଦ ପୂଜାରୀକୁ ଚୀନରୁ ଭାରତ ଫେରାଇ ଅଣାଗଲା ପରେ ମୁମ୍ବାଇ ପୁଲିସ କଲା ଗିରଫ – bajravana

[ad_1]

ନୂଆଦିଲ୍ଲୀ: ହତ୍ୟା, ଦାଦାବଟି ଆଦାୟ ଓ ଅପହରଣ ଭଳି ଅନେକ ଗମ୍ଭୀର ଅପରାଧରେ ସମ୍ପୃକ୍ତ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ପ୍ରସାଦ ପୂଜାରୀକୁ ଶନିବାର ଭୋର ସମୟରେ ଚୀନରୁ ପ୍ରତ୍ୟାର୍ପଣ ପରେ ଭାରତ ଅଣାଯାଇଛି ଏବଂ ପରେ ମୁମ୍ବାଇ ପୁଲିସ ତାକୁ ଗିରଫ କରିଥିବା ଜଣା ପଡ଼ିଛି।

କୁଖ୍ୟାତ ଗ୍ୟାଙ୍ଗଷ୍ଟର ପୂଜାରୀ ଓରଫ ସୁଭାଷ ବିଠଲ ପୂଜାରୀ ଓରଫ ସିଦ୍ଧାର୍ଥ ସେଠୀ ଓରଫ ସିଦ୍ଧୁ ଓରଫ ସିଦ୍ଧ ଓରଫ ଜନି ଗ୍ୟାଙ୍ଗଷ୍ଟର କୁମାର ପିଲ୍ଲାଇ ଓ ଛୋଟା ରାଜନଙ୍କ ନେତୃତ୍ୱରେ ଗଠିତ ଗ୍ୟାଙ୍ଗର ପୂର୍ବତନ ସଦସ୍ୟ। ସେ ଚାଇନାରେ ରହୁଥିଲା ଏବଂ ଗତବର୍ଷ ସେଠାରେ ତାକୁ ଗିରଫ କରାଯାଇଥିଲା। ଏହାପରେ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ତାଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଲଗାତାର ଚେଷ୍ଟା ଚଳାଇଥିଲା।

ପୂଜାରୀ ମୁମ୍ବାଇରେ ଗୁଳିକାଣ୍ଡ, ଦାଦାବଟି ଓ ହତ୍ୟା ସମେତ ୮ଟି ଗୁରୁତର ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ବିକ୍ରୋଲିର ଟାଗୋର ନଗରରେ ରହୁଥିବା ପୂଜାରୀ ବହୁ ବର୍ଷ ତଳେ ଦେଶ ଛାଡ଼ି ପଳାଇଥିଲା। କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ଯେ ସେ ପୂର୍ବ ମୁମ୍ବାଇର ବିଲ୍‌ଡର ଏବଂ ବ୍ୟବସାୟୀଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି।

ଡିସେମ୍ବର ୨୦୧୯ରେ ବିକ୍ରୋଲି ଅଞ୍ଚଳରେ ରହୁଥିବା ଶିବସେନା କର୍ମୀ ଚନ୍ଦ୍ରକାନ୍ତ ଯାଦବଙ୍କ ଉପରକୁ ଗୁଳି ମାଡ଼ ଘଟଣାରେ ପୂଜାରୀର ନାମ ସାମ୍ନାକୁ ଆସିଥିଲା। ଫେବ୍ରୁଆରି ୨୦୨୩ରେ ହଂକଂର କର୍ତ୍ତୃପକ୍ଷ ତାକୁ ଗିରଫ କରିଥିଲେ।

ଇଣ୍ଟରପୋଲ୍‌ର ସୂଚନା ପରେ ଗତ ବର୍ଷ ମାର୍ଚ୍ଚ ମାସରେ ନକଲି ପାସପୋର୍ଟ ରଖିବା ଅଭିଯୋଗରେ ପୂଜାରୀକୁ ହଂକଂରୁ ଗିରଫ କରାଯାଇଥିଲା। ହଂକଂରୁ ଶେନଜେନ୍‌ (ଚୀନର ସହର) ଅଭିମୁଖେ ବିମାନରେ ଚଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ତାକୁ ଅଟକ ରଖାଯାଇଥିଲା। ଜଣେ ଚାଇନା ନାଗରିକଙ୍କୁ ବିବାହ କରିଥିବା ପୂଜାରୀ ଗିରଫ ସମୟରେ ପତ୍ନୀ ଓ ଗୋଟିଏ ପିଲାଙ୍କ ସହ ସେନଜେନରେ ରହୁଥିଲା।

୨୦୨୦ ମସିହାରେ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଭିକ୍ରୋଲିରୁ ଜଣେ ବିଲ୍‌ଡରଙ୍କ ଜବରଦଖଲ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂଜାରୀଙ୍କ ମା’ ଇନ୍ଦିରା ବିଠଲ ପୂଜାରୀଙ୍କୁ ଗିରଫ କରିଥିଲା। ଜଣେ ଡେଭଲପରଙ୍କଠାରୁ ୧୦ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗରେ ତାଙ୍କୁ ମହାରାଷ୍ଟ୍ର କଣ୍ଟ୍ରୋଲ୍‌ ଅଫ୍‌ ଅର୍ଗାନାଇଜ୍‌ଡ୍‌ କ୍ରାଇମ୍‌ ଆକ୍ଟ (ମକୋକା) ଅଧୀନରେ ଗିରଫ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button