news

ଚିତା ଗୋଡ଼ରେ ରାକ୍ଷୀ ବାନ୍ଧିଲେ ମହିଳା

ଭାଇ ଭଉଣୀ ମଧ୍ୟରେ ଥିବା ପବିତ୍ର ବନ୍ଧନର ପର୍ବ ରାକ୍ଷୀପୂର୍ଣ୍ଣିମା ନିକଟରେ ପାଳିତ ହୋଇଯାଇଛି। ଏହି ଅବସରରେ ପୃଥିବୀ ବ୍ୟାପୀ ହିନ୍ଦୁ ଧର୍ମାବଲମ୍ବୀ ଭଉଣୀମାନେ ନିଜର ସହୋଦରମାନଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ସୁରକ୍ଷା କାମନା କରିଛନ୍ତି। ତେବେ ଏହି ପର୍ବ କେବଳ ଭାଇ ଭଉଣୀ ମଧ୍ୟରେ ସୀମିତ ହୋଇ ରହିନାହିଁ। ସମ୍ପର୍କ ନିର୍ବିଶେଷରେ ପରସ୍ପରର ସୁରକ୍ଷା କାମନା କରି ମଧ୍ୟ ଏହି ରେଶମ ସୂତା ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଂକଳ୍ପର ସାକ୍ଷୀ ପାଲଟିଯାଇଛି।

ପ୍ରଭୁ ବଳରାମଙ୍କ ପ୍ରତୀକ ସ୍ବରୂପ ଗୋସମ୍ପଦଙ୍କୁ ମଧ୍ୟ ପୂଜାର୍ଚ୍ଚନା କରି ରାକ୍ଷୀ ପିନ୍ଧାଇବାର ପ୍ରଥା ହିନ୍ଦୁ ସଂସ୍କୃତିରେ ରହିଛି। ତେବେ ରାଜସ୍ଥାନରେ ଜଣେ ମହିଳା, ଗୋଟିଏ ଚିତାବାଘର ଗୋଡ଼ରେ ରାକ୍ଷୀ ବାନ୍ଧୁଥିବାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଛି। ବାସ୍ତବରେ ଗୋଟିଏ ଆହତ ଚିତାବାଘ, ଜଙ୍ଗଲ ବିଭାଗକୁ ହସ୍ତାନ୍ତର ହେବା ପୂର୍ବରୁ ତା’ ଗୋଡ଼ରେ ମହିଳାଜଣକ ରାକ୍ଷୀ ବାନ୍ଧିଥିଲେ। ବନ୍ୟଜନ୍ତୁ ପ୍ରତି ସଂପୃକ୍ତ ମହିଳାଙ୍କର ଏପରି ନିଃସର୍ତ୍ତ ଅନୁରାଗକୁ ସମସ୍ତେ ପ୍ରଶଂସା କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button