news

୧୬ହଜାର ଟଙ୍କାରେ ମିଳିବ ୟାମାହା ଆରଏକ୍ସ ୧୦୦ ବାଇକ୍

Image result for yamaha rx 100 new model

ନୂଆଦିଲ୍ଲୀ : ଭାରତୀୟ ଅଟୋରିକ୍ସା ବଜାରରେ ଦୁଇ ଚକିଆ ଯାନର ବହୁତ ବଡ ମାର୍କେଟ ରହିଛି । ପ୍ରତିବର୍ଷ ବିଭିନ୍ନ ମୋଟରସାଇକେଲ କଂପାନୀଗୁଡିକ ଲୋକଙ୍କର ସୁବିଧା ପାଇଁ ଅନେକ ଆକର୍ଷଣୀୟ ତଥା ଦମଦାର ଫିଚର୍ସ ଥିବା ବାଇକ୍ ମାନ ଲଂଚ କରିଥାନ୍ତି । ତେଣୁ ହିରୋ ଓ ବଜାଜ କଂପାନୀର କମ ବଜେଟ୍ ବାଲା ବାଇକ ମଡେଲଗୁଡିକୁ କଡା ଟକ୍କର ଦେବାକୁ ୟାମାହା କଂପାନୀ ନିଜର ସବୁଠାରୁ ଶସ୍ତା ମଡେଲ ଲଂଚ କରିବାକୁ ଯାଉଛି ।

ସୂଚନା ଅନୁସାରେ , ଖୁବ୍ ଶୀଘ୍ର ୟାମାହା ଆରଏକ୍ସ ୧୦୦ ବାଇକ୍ ଭାରତର ବିଭିନ୍ନ ଗାଡି ସୋରୁମରେ ନଜର ଆସିବ । କଂପାନୀ ଏହି ନୂଆ ବାଇକର ଏକ୍ସ ସୋରୁମ ଦାମ ମାତ୍ର ୧୬ ହଜାର ଟଙ୍କା ରଖିଛି । କିନ୍ତୁ ଭିନ୍ନ ଭିନ୍ନ ସହରରେ ଏହି ବାଇକର ଅନରୋଡ ଦାମ ପୃଥକ ପୃଥକ ରହିବ । ନିଜ ସହରରେ ଏହି ବାଇକର ଦାମ ଜାଣିବା ପାଇଁ ଆପଣଙ୍କୁ ଏହି ବାଇକଟିର ଲଂଚ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ଏବଂ ଏହାପରେ କଂପାନୀର ଆଧିକାରୀକ ୱେବସାଇଟ୍ କୁ ଯାଇ ନିଜ ସହରରେ ଏହି ମଡେଲର ମୂଲ୍ୟ କେତେ ରହିଛି ତାହା ଜାଣିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button