ଦେଶ ବିଦେଶ

ଗୁପଚୁପ୍ ଏହି 5 ରୋଗକୁ ସମ୍ପୂର୍ଣ୍ଣ ରୂପେ ଭଲ କରିଦିଏ,ଜାଣନ୍ତୁ କେଉଁ କେଉଁ ରୋଗ ?

ଗୁପଚୁପ ଶୁଣିବା ମାତ୍ରେ ଲୋକଙ୍କ ମୁହଁରେ ପାଣି ଆସିଯାଏ। ସନ୍ଧ୍ୟା ସମୟରେ ରାସ୍ତାଘାଟ ସବୁ ଆଡେ ଗୁପଚୁପ ଦୋକାନ ଲାଗିଯାଏ। କିନ୍ତୁ ଆପଣ ଜାଣିଛନ୍ତି କି କେଉଁ ସମୟରେ ଗୁପଚୁପ ଖାଇବା ସ୍ବାସ୍ଥ୍ୟ ପ୍ରତି ଭଲ ?ଯଦି ଜାଣିନାହାନ୍ତି ଏହି ଆଟିକିଲକୁ ସମ୍ପୂର୍ଣ୍ଣ ପଢନ୍ତୁ ଆପଣଙ୍କ ଉତ୍ତର ମିଳିଯିବ। ଗୁପଚୁପ ଖାଇବା ପାଇଁ ଅପରାହ୍ନ ସମୟ ଭଲ ଅଟେ । ମଧ୍ୟାହ୍ନ ଭୋଜନ ଏବଂ ସନ୍ଧ୍ୟା ସ୍ନାକ୍ସ ମଧ୍ୟରେ ଖାଇବା ଦ୍ୱାରା ହଜମ ପକ୍ରିୟା ସକ୍ରିୟ ହୁଏ । ସନ୍ଧ୍ୟାରେ ଖାଇବା ଦ୍ୱାରା ଓଜନ ବଢିପାରେ । ଅପରାହ୍ନରେ 5-6 ଗୁପଚୁପ ଖାଇ ପାରିବେ । ଗୁପଚୁପରେ ମଟର ବଦଳରେ ମୁଗ କିମ୍ବା ବୁଟ ବ୍ୟବହାର କରିବା ଅଧିକ ଲାଭଦାୟକ ହୋଇଥାଏ । ଆମ ଦେଶରେ ଗୁପଚୁପ ବିଭିନ୍ନ ନାମରେ ଜଣାଶୁଣା । ମହାରାଷ୍ଟ୍ରରେ ପାନିପୁରୀ, ହରିୟାଣାରେ ପାନି ପାଥେ, ଉତ୍ତରପ୍ରଦେଶରେ ପାନି ବାଟାଶେ, ପାଟାଶୀ କିମ୍ବା ଫୁଲକି, ପଶ୍ଚିମବଙ୍ଗରେ ପୁଚକେ, ଓଡ଼ିଶାରେ ଗୁପଚୁପ୍ ଏବଂ ଗୁଜୁରାଟରେ ପକୋଡି ଭାବେ ଜଣାଶୁଣା।

୧ . ମନକୁ ସତେଜ ରଖିବା ପାଇଁ :-

ଟାଣ ଖରାରେ ବୁଲିବା ଦ୍ୱାରା ମୁଣ୍ଡ ବୁଲେଇ ହୁଏ ଏବଂ ଚିଡିଚିଡି ବି ଲଗିଥାଏ । ଗରମ ହେତୁ ବାରମ୍ବାର ପାଣି ପିଇବାକୁ ଇଚ୍ଛା ହୁଏ । ଏଭଳି ପରିସ୍ଥିତିରେ ପାଣି ପିଇବା ପୂର୍ବରୁ 3-4 ଗୁପଚୁପ ଖାଆନ୍ତୁ । ଏଥିରୁ ଆପଣ ଆରାମ ପାଇବେ ।

୨. ଗୁପଚୁପ ଖାଆନ୍ତୁ ଓଜନ କମାନ୍ତୁ :-

ଯଦି ଆପଣ ଓଜନ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅଟାରେ ତିଆରି ଗୁପଚୁପ ଖାଆନ୍ତୁ । ଯଦି ଆପଣ ଗୁପଚୁପର ପାଣିରେ ପୋଦିନା, ଲେମ୍ବୁ, ହେଙ୍ଗୁ ଏବଂ କଞ୍ଚା ଆମ୍ବ ବ୍ୟବହାର କରନ୍ତି, ତେବେ ଏହା ଅଧିକ ଲାଭଦାୟକ ହେବ। ମନେରଖନ୍ତୁ, ପାଣିରେ କେବେବି ଟମାଟୋ ବ୍ୟବହାର କରିବେ ନାହିଁ ।

3. ପାଟି ଛାଲ ରୁ ମୁକ୍ତି:-

ତମାଖୁ, ଗୁଟଖା କିମ୍ବା ଗରମ ପଦାର୍ଥର ବ୍ୟବହାର ଦ୍ଵାରା ପାଟିରେ ଛାଲେ ସୃଷ୍ଟି ହୁଏ । ଗୁପଚୁପ ସହିତ ମିଳୁଥିବା ଜଲଜିରା ଏବଂ ପୋଦିନା ଖାଇବା ଦ୍ୱାରା ପାଟି ଛାଲରୁ ମୁକ୍ତି ମିଳିଥାଏ । କିନ୍ତୁ ଗୁପଚୁପ ଅଧିକ ଖାଇବା ଉଚିତ୍ ନୁହେଁ ।

4. ବଦହଜମି:-

ଭଲସ୍ୱାସ୍ଥ୍ୟ ପାଇଁ ଅଟାରେ ତିଆରି ଗୁପଚୁପ ଅଧିକ ଲାଭଦାୟକ । ଯଦି ଆପଣ ବଦହଜମି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ନିଶ୍ଚିତ ଭାବରେ ଅଟା ପ୍ରସ୍ତୁତ ଗୁପଚୁପ ଖାନ୍ତୁ । ଗୁପଚୁପ ପାଣିରେ ପୋଦିନା,ଲେମ୍ବୁ ,କଞ୍ଚା ଆମ୍ବ,କଳା ଲଙ୍କା,କଳା ଲୁଣ,ପେଶା ହୋଇଥିବା ଜିରା ଏବଂ ସାଧାରଣ ଲୁଣ ବ୍ୟବହାର କରନ୍ତୁ ଏହା ଆପଣଙ୍କୁ ଆହୁରି ସାହାଯ୍ୟ କରିବ । ଏହି ଉପାୟ ଦ୍ୱାରା ବଦହଜମି କିଛି ମିନିଟ୍ ମଧ୍ୟରେ ଦୂର ହୋଇଯିବ

Related Articles

Leave a Reply

Your email address will not be published. Required fields are marked *

Back to top button