ଦେଶ ବିଦେଶ

ପୋଡା ଘା’ରେ ବରଫ ଲଗାଇବା ଠିକ କି? ନା ବଢିଥାଏ ସଂକ୍ରମଣ! ଜାଣନ୍ତୁ ଏହି ପୋଷ୍ଟରେ…

ପୋଡା ଘା’ରେ ବରଫ ଲଗାଉଛନ୍ତି କି ? ଆପଣ ଅଜାଣତରେ ବଢ଼ାଉଛନ୍ତି ସଂକ୍ରମଣ। ବରଫ ବଦଳରେ ଲଗାନ୍ତୁ ଏହି ଜିନିଷ।

ସାଧାରଣତଃ ଲୋକେ ଯେତେବେଳେ ଶରୀରର କୌଣସି ସ୍ଥାନ ଜଳିଯାଏ ସେହି ଜାଗାରେ ବରଫ ନହେଲେ ପେଷ୍ଟ ଲଗାଇଥାନ୍ତି । କାରଣ ଏହା ଦ୍ୱାରା ଜଳିବା କମିବା ସହିତ ଆରାମ ମିଳିଥାଏ । କିନ୍ତୁ ଆପଣ ଅଜ୍ଞାତରେ ଆପଣଙ୍କ ସମସ୍ୟା ବଢାଉଛନ୍ତି ।

ଡାକ୍ତରଙ୍କ କହିବା ଅନୁଯାୟୀ ପୋଡା ଘା’ରେ ବରଫ ଲଗାଇବା ଦ୍ୱାରା ସେହି ସ୍ଥାନରେ ବ୍ଲଡ଼ ସରକୁଲେସନ ରହିଯାଇଥାଏ। ଯାହାଦ୍ୱାରା ଘା ସୁଖିବାକୁ ସମୟ ଲାଗିବା ସହିତ ଇନଫେକ୍ସନ ବଢିବା ସମ୍ଭାବନା ଅଧିକ ଥାଏ।

ଯେତେବେଳେ ଶରୀରର କୌଣସି ସ୍ଥାନରେ ନିଆ ଲାଗି ପଡ଼ିଯାଏ ତେବେ ସେହି ସ୍ଥାନକୁ ଚଲା ପାଣିରେ ୧୫ ରୁ ୨୦ ମିନିଟ ରଖନ୍ତୁ ଯାହାଦ୍ୱାରା ଜ୍ଵଳନ କମିବା ସହିତ ଇନଫେକ୍ସନ କମ ହୋଇଥାଏ। ପରେ ସେହି ସ୍ଥାନରେ ଆଲୋବେରା ଜେଲ ଲଗାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button