ଅପରାଧ

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଗିରଫ: ୮ ହଜାର ଲାଞ୍ଚ ନେଇ ଧରାପଡ଼ିଲେ – bajravana

[ad_1]

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଜଙ୍ଗଲ ଅଧିକାର ସହାୟିକା(ଏଫ୍‌ଆର୍‌ଏ) ଭାବେ କାର୍ଯ୍ୟରତ ନିଘତ୍‌ ପରବିନ୍‌ ଓରଫ ରୋଜା ଆଜି ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଙ୍ଗଲ ଅଧିକାର ଅଧିନିୟମ ଅଧୀନ ହିତାଧିକାରୀଙ୍କ ଜଣେ ପ୍ରତିନିଧିଙ୍କଠାରୁ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ସେ ଧରାପଡ଼ିଛନ୍ତି। ସେ ଜଣେ ଠିକା କର୍ମଚାରୀ ବୋଲି ଜଣାପଡ଼ିଛି। ଜଙ୍ଗଲ ଜମି ଅଧିକାର ନିମନ୍ତେ ଫାଇଲ୍‌ ଆଗକୁ ବଢ଼ାଇବା ପାଇଁ ରୋଜା ହିତାଧିକାରୀଙ୍କଠାରୁ ୨୩ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ହିତାଧିକାରୀଙ୍କ ପକ୍ଷରୁ ସମ୍ବଲପୁର ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା।

ସୋମବାର କେଶାଇବାହାଲ ଅଂଚଳର ସଂପୃକ୍ତ ହିତାଧିକାରୀଙ୍କ ପ୍ରତିନିଧି ସୁଶାନ୍ତ କେରକେଟାଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ‌ନେବାସମୟରେ ଭିଜିଲାନ୍ସ ଟିମ୍‌ ରୋଜାଙ୍କୁ ଧରି ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ରୋଜାଙ୍କ କୁଚିଣ୍ଡା ଵାର୍ଡ ନଂ-୫ ସ୍ଥିତ ଘର ଓ ତାଙ୍କ କାର୍ଯ୍ୟାଳୟ ରୁମ୍‌ରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ରୋଜାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button