ଓଡିଶା

ଦିବ୍ୟାଙ୍ଗ ପରିବାରକୁ ମିଳୁନି ଆବାସ ଟଙ୍କା; ବ୍ଲକ୍‌ରେ ଭୋଭୋ ହୋଇ କାନ୍ଦିଲେ – bajravana

[ad_1]

ଭୋଗରାଇ: ଜନ୍ମରୁ କାନକୁ ଶୁଭୁନି କି ଭଲରେ କଥା ମଧ୍ୟ କହିପାରୁ ନାହାଁନ୍ତି ଉଭୟ ସ୍ବାମୀ-ସ୍ତ୍ରୀ। ଦଇବ ଦାଉସାଧିଲା ପରି ଏକମାତ୍ର ପୁଅ ମଧ୍ୟ ଜନ୍ମରୁ ଦିବ୍ୟାଙ୍ଗ। ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଖଣ୍ଡେ ନଥିବାରୁ ବହୁ କାକୁତିମିନତି ପରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିଥିଲା। ହେଲେ ଧାrକରଜ କରି ଘର କରିବା ପରେ ମଧ୍ୟ ସମ୍ପୃକ୍ତ ବିଦ୍ୟାଙ୍ଗ ପରିବାରକୁ ଟଙ୍କା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ବ୍ଲକ୍‌ ପ୍ରଶାସନ। ଫଳରେ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି ନିଜର ପ୍ରାପ୍ୟ ଟଙ୍କା ଦେବା ପାଇଁ ଅନୁରୋଧ କରିବା ସହ ଭୋ ଭୋ କାନ୍ଦିଛନ୍ତି ପରିବାର ସଦସ୍ୟ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୋଗରାଇରେ।

ଭୋଗରାଇ ବ୍ଲକ୍‌ ମହେଶପୁର ପଞ୍ଚାୟତ ରଇପୁର ଗ୍ରାମର କଳ୍ପନା ପଟ୍ଟନାୟକ (୫୦) ଜନ୍ମରୁ ଶୁଣି ପାରନ୍ତି ନାହିଁ କି ଭଲରେ କଥା କହିପାରନ୍ତି ନାହିଁ। ସ୍ୱାମୀ ଅରବିନ୍ଦ ମଧ୍ୟ ପିଲାବେଳୁ ବଧିର। ଏକମାତ୍ର ପୁଅ ବିଜୟାନନ୍ଦ ମଧ୍ୟ ଜନ୍ମ ପରେ ଚାଲିପାରୁ ନାହାଁନ୍ତି କି ଭଲରେ କଥା କହି ପାରୁନାହାନ୍ତି। ପରିବାରର ସମସ୍ତେ ବିଦ୍ୟାଙ୍ଗ ହୋଇଥିବା ବେଳେ ୨୦୨୩ ମସିହା ଜୁନ୍‌ ମାସ‌ ଆବାସ ଯୋଜନାରେ କଳ୍ପନାଙ୍କୁ ମିଳିଥିଲା ଘର। ସେହି ମାସ ୧୯ ତାରିଖରେ ବ୍ଲକ୍‌ ପ୍ରଶାସନଠାରୁ କାର୍ଯ୍ୟାଦେଶ ପାଇବା ପରେ ଘରକାମ ଆରମ୍ଭ କରିଥିଲେ କଳ୍ପନା ଓ ଅରବିନ୍ଦ। ହେଲେ କିଛିଦିନ ପରେ ପ୍ରଥମ କିସ୍ତି ବାବଦକୁ ପାଇବାକୁ ଥିବା ୪୦ ହଜାର ଟଙ୍କା ପାଇଁ ବ୍ଲକ୍‌ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଉକ୍ତ ଟଙ୍କା ଭୁଲ୍‌ରେ ଅନ୍ୟଜଣଙ୍କ ଆକାଉଣ୍ଟକୁ ଚାଲିଯାଇଥିବା ଅରବିନ୍ଦ ଜାଣିବାକୁ ପାଇଥିଲେ। ସେ ଏନେଇ ବିଡିଓଙ୍କଠାରେ ଅଭିଯୋଗ କରିଥିଲେ। ଫଳରେ ସପ୍ତାହେ ପରେ ୪୦ ହଜାର ଟଙ୍କା କଳ୍ପନାଙ୍କୁ ହାତାହାତି ଦେଇଥିଲା ବ୍ଲକ୍‌ ପ୍ରଶାସନ। ଏହାପରେ ଦ୍ବିତୀୟ ଓ ତୃତୀୟ କିସ୍ତିର ଟଙ୍କା ମଧ୍ୟ କଳ୍ପନାଙ୍କ ଆକାଉଣ୍ଟକୁ ଆସି ନଥିଲା। ତଥାପି ଅରବିନ୍ଦ ଧାରକରଜ କରି ୩ ମାସ ମଧ୍ୟରେ ଘରକାମ ସମ୍ପୂର୍ଣ୍ଣ କରିଥିଲେ।

ସେହି ବର୍ଷ ଅକ୍ଟୋବର ମାସରେ ଉଭୟ ସ୍ବାମୀସ୍ତ୍ରୀ ଟଙ୍କା ପାଇଁ ବ୍ଲକ୍‌ କାର୍ଯ୍ୟାଳୟକୁ ଯିବା ପରେ ପୂର୍ବଭଳି ଉଭୟ କିସ୍ତି ବାଦବକୁ ୮୦ ହଜାର ଟଙ୍କା ଅନ୍ୟ କାହା ଆକାଉଣ୍ଟକୁ ଯାଇଥିବା କହାଗଲା। ସେବେଠାରୁ ପ୍ରାପ୍ୟ ଅର୍ଥ ପାଇଁ ଅରବିନ୍ଦ ଓ କଳ୍ପନା ପଞ୍ଚାୟତଠାରୁ ବ୍ଲକ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ କେହି କିଛି ଶୁଣୁନାହାଁନ୍ତି। ଫଳରେ ପୂରା ପରିବାର ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି ଟଙ୍କା ପାଇଁ ନେହୁରା ହେବା ସହ ଭୋ ଭୋ ହୋଇ କାନ୍ଦିଛନ୍ତି। ବିଡିଓ ଉମାକାନ୍ତ ପରିଡ଼ା ଅନୁପସ୍ଥିତ ଥିବାବେଳେ ବାଆସ ଯୋଜନା ଦାୟିତ୍ୱରେ ଥିବା ବିପିଏ ଶର୍ମିଷ୍ଠା ଚକ୍ରବର୍ତ୍ତୀ ସେମାନଙ୍କ ଅଭିଯୋଗ ଶୁଣିଥିଲେ। ବୈଷୟିକ ତ୍ରୁଟି ଯୋଗୁଁ ତାଙ୍କ ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଚାଲିଯାଇଛି। ଖୁବ୍‌ଶୀଘ୍ର ଟଙ୍କା ମିଳିବ ବୋଲି କହିବା ପରେ ବିଦ୍ୟାଙ୍ଗ ପରିବାର ଫେରିଯାଇଥିଲା। କେବଳ କଳ୍ପନା ନୁହଁନ୍ତି, ବ୍ଲକ୍‌ର ଏକାଧିକ ପଞ୍ଚାୟତର ଅନେକ ହିତାଧିକାରୀ ଏମିତି ସମସ୍ୟା ଭୋଗୁଥିବା ସୂଚନା ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button