ଓଡିଶା

ସତ ବଖାଣିଲେ ସମିତିସଭ୍ୟ: କାମ ନ ହୋଇ ଉଠିଛି ବିଲ୍, ନେତ୍ରୀଙ୍କ କଥାରେ ପ୍ରଶାସନ ଉଠ୍‌ବସ୍‌ – bajravana

[ad_1]

ଜିଲ୍ଲା ପରିଷଦ ସଭ୍ୟାଙ୍କ ଘରେ ଫଳକ ଲାଗିବା ଘଟଣା

ଓଡ଼ଗାଁ: ଜିଲ୍ଲା ପରିଷଦ ସଭ୍ୟା ସତେ ଯେମିତି ନିତିନିୟମକୁ ଦଳି ଚକଟି ଦେଇଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ରାସ୍ତା କାମ ହରିଲୁଟ୍‌ କରି ନିଜ ଘର କାନ୍ଥରେ ଫଳକ ଲେଖାଇ ତା’ ଉପରେ ଟିଣ ଘୋଡ଼ାଇ ଫଲ୍ସ ବିଲ୍ କରିବାରେ ସକ୍ଷମ ହୋଇଛନ୍ତି। ଏହାର ଗୁମର ଖୋଲିବା ପରେ ହଡ଼ବଡ଼େଇଯାଇଛନ୍ତି ନେତା ଓ ବ୍ଲକ୍ ପ୍ରଶାସନ। କିଭଳି ଏଥିରୁ ମୁକୁଳିବେ ସେଥିପାଇଁ ବାଟ ଖୋଜୁଛି ପ୍ରଶାସନ। ନେତ୍ରୀଙ୍କ କଥାରେ ପ୍ରଶାସନ ଉଠ୍‌ବସ୍‌ ହେଉଥିବା ବେଳେ ଏହା ପଛରେ ଏକ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି। ଏପଟେ କାମ ନ ହୋଇ ଫଲ୍ସ ବିଲ୍ ହୋଇଥିବା ସତ ବଖାଣିଛନ୍ତି ପଞ୍ଚାୟତ ସମିତିସଭ୍ୟ।

ସୂଚନାଯୋଗ୍ୟ, ଓଡ଼ଗାଁ ବ୍ଲକ୍ ଶରଣକୁଳ ମୁଖ୍ୟ ରାସ୍ତାଠାରୁ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୨୦୨୦-୨୧ ମସିହାରେ ୪ ଲକ୍ଷ ଟଙ୍କା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ଅନୁଦାନ ଦିଆଯାଇଥିଲା। ତେବେ ମୁଖ୍ୟ ରାସ୍ତାଠାରୁ ସ୍ବାସ୍ଥ୍ୟକେନ୍ଦ୍ର ଆଜିବି ଖାଲଖମା ଅବସ୍ଥାରେ ପଡ଼ିରହିଛି। ଏହି ଟଙ୍କାକୁ ୩ନଂ ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ ହରିଲୁଟ୍‌ କରିବାର ଠୋସ୍‌ ପ୍ରମାଣ ମିଳିଛି। ନିଜ ଘରର ଚାରିକାନ୍ଥ ମଧ୍ୟରେ ରାସ୍ତା ନିର୍ମାଣ ହୋଇଥିବା ଫଳକ ଲେଖି ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ମୋହରା ସଜେଇ ୪ ଲକ୍ଷ ଟଙ୍କା ଆତ୍ମସାତ୍ କରିନେଇଛନ୍ତି। ୨୦୨୦ କରୋନା ମହାମାରୀ ସମୟରେ ତତ୍କାଳୀନ ସମିତିସଭ୍ୟ ଲଣ୍ତା ମହାପାତ୍ର ସମିତି ପାଣ୍ଠିରୁ ସ୍ବାସ୍ଥ୍ୟକେନ୍ଦ୍ର ରାସ୍ତା ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। କିନ୍ତୁ ବିଧାୟକଙ୍କ ପାଖଲୋକ ହୋଇଥିବାରୁ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ବାମୀ ବିକ୍ରମ ଦାଶ ଏହି କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ପରିସରର ରାସ୍ତା କାମ ନ କରି ରୋଗୀ କଲ୍ୟାଣ ସମିତି ଟଙ୍କାରୁ ଖର୍ଚ୍ଚ କରି ଏହି ସମିତି ପାଣ୍ଠି ଅର୍ଥକୁ ବାଟମାରଣା କରିନେଇଛନ୍ତି। ସେହି ସମୟରେ ଶରଣକୁଳ ପଞ୍ଚାୟତ ଦାୟିତ୍ବରେ ଥିବା ଯନ୍ତ୍ରୀ କେ.ସି ଆଚାର୍ଯ୍ୟ ଘଟଣା ଜାଣିବା ପରେ ଏହି କାର୍ଯ୍ୟର ବିଲ୍ କରିନଥିଲେ। ତାଙ୍କର ନୟାଗଡ଼କୁ ବଦଳି ହେବା ପରେ ଶିବପ୍ରସାଦ ସାହୁ ଦାୟିତ୍ବ ନେଲେ। ସେ ଜିଲ୍ଲା ପରିଷଦ ସଭ୍ୟାଙ୍କ କଥାରେ ଉଠ୍‌ବସ୍‌ ହୋଇ ଚାରି ଲକ୍ଷ ଟଙ୍କାର ଫଲ୍ସ ବିଲ୍‌ କରିଥିବା ଜଣାପଡ଼ିଛି।

ପ୍ରଶ୍ନ ଉଠୁଛି, ମୁଖ୍ୟ ରାସ୍ତାଠାରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ରାସ୍ତା ନିର୍ମାଣ ନ ହେବା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଦାଶ ନିଜ ଘର ଭିତରେ ଫଳକ ମାରି ଫଟୋ ଉଠାଇ ବିଲ୍‌ କରିବା କେତେ ଯୁକ୍ତିଯୁକ୍ତ। ଏହି ଫଲ୍ସ ବିଲ୍‌ କରିବା ପାଇଁ ଯନ୍ତ୍ରୀ ଶ୍ରୀ ସାହୁ କେତେ ଟଙ୍କା ନେଇ ନିଜକୁ ବିକ୍ରି କରିଛନ୍ତି ବୋଲି ପଞ୍ଚାୟତ ସମିତିସଭ୍ୟ ପ୍ରତୀକ ମହାପାତ୍ର ପଚାରିଛନ୍ତି। ଲୋକଙ୍କ ଟଙ୍କାକୁ ପ୍ରଶାସନ ଜାଣିଶୁଣି ବାଟମାରଣା କରିଚାଲିଛି। ନିଜର ପତିଆରା ଜାହିର୍‌ କରି ଏଭଳି କରାଯାଇଥିବା ସ୍ଥାନୀୟ ଲୋକେ କୁହାକୁହି ହେଉଛନ୍ତି। ଯଦି ରାସ୍ତାକାମ କରାଯାଇଛି ତେବେ ଫଳକକୁ କାହିଁକି ନିଜ ଘରର ଚାରିକାନ୍ଥ ଭିତରେ ଲଗାଇ ତା’ ଉପରେ ଟିଣ ଘୋଡ଼ାଗଲା? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଆନ୍ଦୋଳିତ କରୁଛି। ଏହି ଘଟଣାରେ ଜିଲ୍ଲା ପରିଷଦ ସଭ୍ୟା ମୁହଁ ଖୋଲୁନଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଚାରୁ ବଳ ତଦନ୍ତ ପାଇଁ ଓଡ଼ଗାଁ ବିଡିଓଙ୍କୁ ଦାୟିତ୍ବ ଦେଇଛନ୍ତି। ତେବେ ଘଟଣାର କେବେ ଖୋଳତାଡ଼ ହେବ, ପ୍ରକୃତ ତଦନ୍ତ ହେବ କି ପ୍ରଶାସନ ଉପରେ ଚାପ ପ୍ରୟୋଗ କରି ଲୋକଲଜ୍ଜାରୁ ବଞ୍ଚିବା ପାଇଁ ବାଟ କରାଯିବ ତାହା ଦେଖିବାକୁ ବାକି ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button