ଓଡିଶା

ବଡ଼ଚଣା ନିର୍ବାଚନମଣ୍ଡଳୀ: ଅମରଙ୍କ ପାଇଁ ଆଶାୟୀ ଅଡ଼ୁଆ – bajravana

[ad_1]

ବିଜେପିରୁ ଅମର ନାୟକ, କଂଗ୍ରେସରୁ ରାଜନାରାୟଣଙ୍କ ନଁାକୁ ନେଇ ଚର୍ଚ୍ଚା

ଯାଜପୁର: ଗୋଟିଏ ବ୍ଲକ୍‌କୁ ନେଇ ଗଠିତ ବଡ଼ଚଣା ନିର୍ବାଚନମଣ୍ଡଳୀରେ ରାଜନୈତିକ ତାତି ବଢ଼ୁଛି। ଏଠାରୁ ୬ଥର ବିଧାୟକ ନିର୍ବାଚିତ ହୋଇଥିବା ଅମର ପ୍ରସାଦ ଶତପଥୀଙ୍କ ପାଇଁ ଏଥର ଦଳୀୟ ନେତା ସମସ୍ୟା ଆଣିଛନ୍ତି। ବିଜେଡିର ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିବା ଅମରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏହି ଗୋଳିଆ ପାଣିରୁ ଫାଇଦା ଉଠାଇବା ଆଶାରେ ଅଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ବଡ଼ଚଣା ନିର୍ବାଚନମଣ୍ଡଳୀରୁ ୧୯୫୧ରେ ନବକୃଷ୍ଣ ଚୌଧୁରୀ, ୧୯୫୭ରେ ଯଦୁମଣି ମଙ୍ଗରାଜ ଭଳି ଜନନେତା ନିର୍ବାଚିତ ହୋଇଥିଲେ। ଅଭିଜ୍ଞ ରାଜନେତା ଅମର ଶତପଥୀ ଏଠାରୁ ୧୯୯୦,୧୯୯୫, ୨୦୦୦ ଓ ୨୦୦୯,୨୦୧୪,୨୦୧୯ ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେବେ ଏଥର ବିଜେଡିରୁ ପ୍ରାର୍ଥୀ ହେବାକୁ ଏକାଧିକ ଆଶାୟୀ ଅଣ୍ଟା ଭିଡ଼ିଛନ୍ତି। ନିକଟରେ ଶାସକ ଦଳର ନେତ୍ରୀ ମନୋରମା ଆଚାର୍ଯ୍ୟ ବାଇକ୍ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିଲେ। ସେହିପରି, ଗତ ନିର୍ବାଚନ ସମୟରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଜନ୍ମେଜୟ ଲେଙ୍କା ଏଥର ପ୍ରାର୍ଥୀ ହେବାକୁ ପାଗ ଭିଡ଼ିଛନ୍ତି। ଏମାନଙ୍କ ସହିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ ବରାଳ ମଧ୍ୟ ବିଜେଡି ଟିକଟ ଦୌଡ଼ରେ ସାମିଲ ହୋଇଛନ୍ତି। ବଡ଼ଚଣାରେ ବରିଷ୍ଠଙ୍କ ବଦଳରେ ଯୁବପ୍ରାର୍ଥୀଙ୍କୁ ଶାସକ ଦଳ ଅପଣାଇବ ବୋଲି ଚର୍ଚ୍ଚା ହେଉଛି। ସେହି ଦୃଷ୍ଟିରୁ ଶ୍ରୀ ଶତପଥୀ ନିଜପୁଅକୁ ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି।

ଅପରପକ୍ଷରେ, ୨୦୧୪ରେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିବା ଅମର ନାୟକ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ ଶ୍ରୀ ଶତପଥୀଙ୍କୁ କଡ଼ା ଟକ୍କର ଦେଇଥିଲେ। ଅମର ନାୟକ ଏଥର ପୁଣି ବିଜେପିରୁ ପ୍ରାର୍ଥୀ ହେବାପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ କ୍ୟାପଟେନ୍ ରାଜନାରାୟଣ ମହାପାତ୍ର କଂଗ୍ରେସର ଘରସଜଡ଼ା ଆରମ୍ଭ କରିଛନ୍ତି। କଂଗ୍ରେସ ଛାଡ଼ି ବିଜେପି ମୁହାଁ ହୋଇଥିବା କର୍ମୀ ଓ ସଙ୍ଗଠକଙ୍କୁ ପୁଣି ଦଳକୁ ଫେରାଇ ଆଣିବାରେ ସଫଳ ମଧ୍ୟ ହୋଇଛନ୍ତି। ତେଣୁ ବଡ଼ଚଣାରେ ଏଥର ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଆକଳନ କରଯାଉଛି। ଏସବୁ ଦୃଷ୍ଟିରୁ ବଡ଼ଚଣା ରାଜନୀତି ଗୋଳିଆ ହୋଇଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button