ଓଡିଶା

ଖଡ଼ଗେଙ୍କୁ ଭେଟିଲେ ଗିରିଧରଙ୍କ ପରିବାର – bajravana

[ad_1]

ଜୟପୁର: ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ। ତାଙ୍କ ସହ ପତ୍ନୀ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ମଧ୍ୟ ଖଡ଼ଗେଙ୍କୁ ସାକ୍ଷାତ କରି ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆକବର ରୋଡ୍ କଂଗ୍ରେସ ମୁଖ୍ୟାଳୟରେ ପାଖାପାଖି ୨୦ ମିନିଟ୍‌ର ଆଲୋଚନା ମଧ୍ୟରେ ଓଡ଼ିଶାରେ କଂଗ୍ରେସ ସ୍ଥିତିକୁ କିପରି ମଜଭୁତ କରିହେବ, ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବା ଓ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେଲେ ବହୁ ନେତା କଂଗ୍ରେସକୁ ଆସିବାକୁ ଇଚ୍ଛୁକ ଥିବାରୁ ସେ ନେଇ କ’ଣ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

ଅନ୍ୟପକ୍ଷରେ ୨୦୨୪ ନିର୍ବାଚନରେ ଗିରିଧରଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଗୁଣପୁର ବିଧାନସଭା ଆସନରୁ ଆଶାୟୀ ଥିବାରୁ ହେମାଙ୍କୁ ଟିକେଟ୍ ଦେବା ପାଇଁ ଖଡ଼ଗେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁଅ ଶିଶିର ଗୁଣପୁର ବିଧାନସଭା ଆସନ ବଦଳରେ ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ ପାଇଁ ଇଚ୍ଛୁକ ଥିବାରୁ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ନିର୍ବାଚନ ପୂର୍ବରୁ ଦଳୀୟ ନେତା, କର୍ମୀଙ୍କୁ ଏକାଠି କରିବାକୁ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର ଏ ଦିଗରେ ଦଳ ନିଷ୍ପତ୍ତି ନେବାକୁ ଖଡ଼ଗେ ପ୍ରତିଶ୍ରୁତି ଦେଇଥିବା ଶିଶିର ଗମାଙ୍ଗ କହିଛନ୍ତି।

କୋରାପୁଟ ଲୋକସଭା ଆସନରୁ ୯ଥର ସଂସଦକୁ ଯାଇଥିବା ଗିରିଧର ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୨୨ରେ ବିଜେପି ଛାଡ଼ି ବିଆର୍‌ଏସ୍ ମୁହାଁ ହୋଇଥିଲେ। କିନ୍ତୁ ଓଡ଼ିଶାରେ ବିଆର୍‌ଏସ୍‌ର ଭବିଷ୍ୟତ ଉଜ୍ଜ୍ବଳ ନଥିବା ଜାଣି ପୁଣି ପୁରୁଣା ଘରକୁ ପରିବାର ସହ ବାହୁଡ଼ିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button